ନୂଆପଡାରେ ବିଜେପି ଜୟଲାଭ କରିବା ସୁନିଶ୍ଚିତ: ମନମୋହନ ସାମଲ
କଂଗ୍ରେସ ଦଳ ଉପରୁ ନୂଆପଡାବାସୀ ଆସ୍ଥା ହରାଇ ବସିଛନ୍ତି: ଶିଖା ଆଜାଦ
ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ କଲେ ରାଜ୍ୟ ସଭାପତି
ଭୁବନେଶ୍ୱର, , 19 ଅକ୍ଟୋବର (ହି.ସ.) : ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ିଚାଲିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତ ଗଠନ ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ପୂରଣ କରିବା ପାଇଁ ବିଜେପିରେ ନୂତନ କାର୍ଯ୍ୟକର୍ତାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି । ଦିବଂଗତ ନେତା ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ତାଙ୍କ ପୁଅ ଶ୍ରୀ ଜୟ ଢୋଲକିଆ ବିଜେପିରେ ଗତ ୧୧ ତାରିଖ ଦିନ ବିଧିବିଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିଲେ । ଏହା ପରେ ଉଭୟ କଂଗ୍ରେସ ଓ ବିଜେଡି ନେତା ଓ କର୍ମୀ ପର୍ଯ୍ୟାୟକ୍ରମେ ବିଜେପିରେ ଯୋଗ ଦେଉଛନ୍ତି ।
ଆଜି ନୂଆପଡା ଜିଲ୍ଲାର ବରିଷ୍ଠ ଓ ପୁରୁଖା କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ସ୍ୱର୍ଗତଃ ପ୍ରେମ କୁମାର ଆଜାଦଙ୍କ ସୁକନ୍ୟା ଶ୍ରୀମତୀ ଶିଖା ଆଜାଦ ଆନୁଷ୍ଠନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦଳୀୟ ଟୋପି ଓ ଉତ୍ତରୀୟ ପିନ୍ଧାଇ ଶ୍ରୀମତି ଆଜାଦଙ୍କୁ ସ୍ୱାଗତ ଜଣାଇଛନ୍ତି । ନୂଆପଡା ଉପନିର୍ବାଚନ ପୂର୍ବରୁ ଶ୍ରୀମତୀ ଆଜାଦଙ୍କ ଯୋଗଦାନ ଦ୍ୱାରା ଭାରତୀୟ ଜନତା ପାର୍ଟି ଆହୁରି ଅଧିକ ଶକ୍ତିଶାଳୀ ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛି । କଂଗ୍ରେସ ଦଳ ଉପରୁ ନୂଆପଡାବାସୀ ଆସ୍ଥା ହରାଇ ବସିଛନ୍ତି । ଚଳିିତ ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆ ବିପୁଳ ସଂଖ୍ୟାରେ ଭୋଟ ପାଇ ଜୟଯୁକ୍ତ ହେବେ ବୋଲି ଶ୍ରୀମତୀ ଆଜାଦ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ଅବସରରେ ଶ୍ରୀମତୀ ଅମ୍ବିକା ହେମ୍ବ୍ରମ ମଧ୍ୟ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ