ମିଠା ଦୋକାନୀମାନଙ୍କୁ ତାଗିଦ କଲେ ମେୟର
ଭୁବନେଶ୍ୱର ,୧୯ ଅକ୍ଟୋବର (ହି.ସ.)- ଦୀପାବଳିରେ ମିଠା ଦୋକାନୀମାନଙ୍କୁ ତାଗିଦ କରିଛନ୍ତି ବିଏମସି ମେୟର ସୁଲୋଚନା ଦାସ। ମେୟର କହିଛନ୍ତି ସମସ୍ତ ମିଠା ଦୋକାନୀ ସମସ୍ତ ପ୍ରକାର ମିଠା ଉପରେ ମ୍ୟାନୁଫାକଚରିଙ୍ଗ ଏବଂ ଏକ୍ସପାରି ତାରିଖ ଲେଖିବା ବାଧ୍ୟତାମୂଳକ। ବାସୀ, ଅପମିଶ୍ରିତ, ଏବଂ ରାସାୟନିକ ରଙ୍ଗ ଦିଆ
ମିଠା ଦୋକାନୀମାନଙ୍କୁ ତାଗିଦ କଲେ ମେୟର


ଭୁବନେଶ୍ୱର ,୧୯ ଅକ୍ଟୋବର (ହି.ସ.)- ଦୀପାବଳିରେ ମିଠା ଦୋକାନୀମାନଙ୍କୁ ତାଗିଦ କରିଛନ୍ତି ବିଏମସି ମେୟର ସୁଲୋଚନା ଦାସ। ମେୟର କହିଛନ୍ତି ସମସ୍ତ ମିଠା ଦୋକାନୀ ସମସ୍ତ ପ୍ରକାର ମିଠା ଉପରେ ମ୍ୟାନୁଫାକଚରିଙ୍ଗ ଏବଂ ଏକ୍ସପାରି ତାରିଖ ଲେଖିବା ବାଧ୍ୟତାମୂଳକ। ବାସୀ, ଅପମିଶ୍ରିତ, ଏବଂ ରାସାୟନିକ ରଙ୍ଗ ଦିଆଯାଇଥିବା ମିଠା ସବୁକୁ ଗ୍ରାହକଙ୍କୁ ନବିକିବା ପାଇଁ ମେୟର ଅନୁରୋଧ କରିଛନ୍ତି। ବିଏମସିର ସ୍ୱତନ୍ତ୍ର ଫୁଡ ସ୍କ୍ୱାର୍ଡ ରାଜଧାନୀର ବିଭିନ୍ନ ମିଠା ଦୋକାନ ଉପରେ ଚଢ଼ାଉ ଜାରି ରଖିଛନ୍ତି। ଯେଉଁଠି କିଛି ବ୍ୟତିକ୍ରମ ଦେଖିବାକୁ ମିଳୁଛି ସେ ସମସ୍ତ ଦୋକାନରେ କଡା ଫାଇନ ଆଦାୟ କରାଯିବା ସାଙ୍ଗକୁ ଦରକାର ପଡିଲେ ଦୋକାନ ସିଲ କରିବାକୁ ମଧ୍ୟ ବିଏମସି ପଛେବା ନାହିଁ। ଗ୍ରହକମାନଙ୍କୁ ନଠକିବା ପାଇଁ ଅନୁରୋଧ। ନଚେତ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମେୟର।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande