ବିପିଏଲ ହିତାଧିକାରୀଙ୍କୁ ଆରଟିଆଇରେ ତଥ୍ୟ ପାଇଁ ଅର୍ଥ ଦାବି
ଘଟଗାଁ, ୧୮ ଅକ୍ଟୋବର (ହି.ସ.) - ବିପିଏଲ ହିତାଧିକରୀ ଙ୍କୁ ଆର ଟି ଆଇ ରେ ତଥ୍ୟ ପ୍ରଦାମ କରିବା ପାଇଁ ଅର୍ଥ ଦାବି କରିଥିବା ଅଭିଯୋଗ ହେଉଛି । ସୂଚନାରୁ ପ୍ରକାଶ ଘସିପୁରା ବ୍ଲକ ଅନ୍ତର୍ଗତଗୋହିରା ପଂଚାୟତ ତାଳଗାଁ ଗ୍ରାମ ର ଦୈତାରି ମହାକୁଡ, ସ୍ଥାନୀୟ ଓସ୍ତପୁରା ସ୍ଥିତ ଆଶ୍ରମ ବିଦ୍ୟାଳୟର କିଛି ତଥ୍ୟ ହ
ବିପିଏଲ ହିତାଧିକାରୀଙ୍କୁ ଆରଟିଆଇରେ ତଥ୍ୟ ପାଇଁ ଅର୍ଥ ଦାବି


ଘଟଗାଁ, ୧୮ ଅକ୍ଟୋବର (ହି.ସ.) - ବିପିଏଲ ହିତାଧିକରୀ ଙ୍କୁ ଆର ଟି ଆଇ ରେ ତଥ୍ୟ ପ୍ରଦାମ କରିବା ପାଇଁ ଅର୍ଥ ଦାବି କରିଥିବା ଅଭିଯୋଗ ହେଉଛି । ସୂଚନାରୁ ପ୍ରକାଶ ଘସିପୁରା ବ୍ଲକ ଅନ୍ତର୍ଗତଗୋହିରା ପଂଚାୟତ ତାଳଗାଁ ଗ୍ରାମ ର ଦୈତାରି ମହାକୁଡ, ସ୍ଥାନୀୟ ଓସ୍ତପୁରା ସ୍ଥିତ ଆଶ୍ରମ ବିଦ୍ୟାଳୟର କିଛି ତଥ୍ୟ ହାସଲ ନିମନ୍ତେ ଆର୍ ଟି ଆଇ ଦ୍ୱାରା ବିବରଣୀ ମାଗିଥିଲେ । ଦୈତାରି ବିପିଏଲ ହିତାଧିକାରୀ ଭାବେ ଅନ୍ତର୍ଭୁକ୍ତ ଅଟନ୍ତି । ଗତ ୧୩ ତାରିଖ ଉକ୍ତ ଆଶ୍ରମ ବିଦ୍ୟାଳୟ ତରଫ ରୁ ୮୦ ନମ୍ବର ଚିଠି ଟିଏ ପାଇଥିଲେ ଦୈତାରି ମହାକୁଡ, ଯେଉଁଥିରେ ଲେଖା ଯାଇଥିଲା ୭ ଦିନ ମଧ୍ୟରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟରେ ୩୦୩୦ ଟଙ୍କା ଜମା କରିବା ପାଇଁ ଲେଖା ଥିଲା । ସରକାର କୌଣସି ତଥ୍ୟ ସୂଚନା ଅଧିକାର ମାଗିଲେ ବିପିଏଲ୍ ହିତାଧୀକାରୀଙ୍କୁ ମାଗଣା ତଥ୍ୟ ପ୍ରଦାନ ପାଇଁ ନିୟମ ରହିଥିବା ବେଳେ ଓସ୍ତପୁରା ଆଶ୍ରମ ବିଦ୍ୟାଳୟ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଥିରେ ଦୈତାରି ଅସନ୍ତୋଷ ବ୍ୟକ୍ତ କରି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନାୟକଙ୍କୁ ପଚାରିବାରୁ ସେ ଦୈତାରି ମହାକୁଡ ତାଙ୍କ ବିପିଏଲ କାର୍ଡ ଦେଇ ନାହାନ୍ତି ବୋଲି କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande