ଭୁବନେଶ୍ୱର, 19 ଅକ୍ଟୋବର (ହି.ସ.)
ଂ
ଭୁବନେଶ୍ବର: ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ସୁଲତାନ ଅଫ୍ ଜୋହୋର୍ କପ୍ 2025 ରେ ରୋପ୍ୟ ପଦକ ଜିତି ଥିବା ପାଇଁ ଭାରତୀୟ ହକି ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି।
ସୋସିଆଲ ମିଡିଆ ଜରିଆରେ ଦେଇଥିବା ବାର୍ତ୍ତାରେ ପଟ୍ଟନାୟକ ଟିମ୍ର ସଫଳ ପ୍ରଦର୍ଶନକୁ ପ୍ରଶଂସା କରି କହିଛନ୍ତି ଯେ, ଖେଳାଳିମାନଙ୍କର ଏହି ସଫଳତା ସମସ୍ତ ଦେଶବାସୀଙ୍କୁ ଗର୍ବିତ କରିଛି। ସେ ଆଶା ବ୍ୟକ୍ତ କରିଛନ୍ତି ଯେ ଭାରତୀୟ ଟିମ୍ ଆଗାମୀ ଦିନରେ ମଧ୍ୟ ଏହିପରି ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରଖି ଦେଶର ନାମକୁ ଆହୁରି ଉଚ୍ଚ କରିବ ।
ପଟ୍ଟନାୟକ ନିଜ ବାର୍ତ୍ତାରେ ଲେଖିଛନ୍ତି, “ସୁଲତାନ ଅଫ୍ ଜୋହୋର୍ କପ୍ 2025 ରେ ରୋପ୍ୟ ପଦକ ଜିତି ଦେଶର ଗୌରବ ବୃଦ୍ଧି କରିଥିବା ପାଇଁ ଭାରତୀୟ ହକି ଟିମ୍କୁ ଅଭିନନ୍ଦନ। ଆଶା କରୁଛି ଟିମ୍ ଭବିଷ୍ୟତରେ ମଧ୍ୟ ନିଜ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖି ଦେଶ ପାଇଁ ଆହୁରି ବଡ଼ ସଫଳତା ଆଣିବ।”
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ