ମାଲକାନଗିରି, ୧୯ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା ରୋଟାରି କ୍ଲବ ତରଫରୁ ବୟୋଜ୍ୟେଷ୍ଠ ରୋଟାରିୟାନ ଦୁର୍ଯ୍ୟୋଧନ ପାତ୍ରଙ୍କ ୭୪ତମ ଜନ୍ମ ଦିବସ ମାଲକାନଗିରି ଜିଲ୍ଲା କାରାଗାରରେ ଅନ୍ତେବାସୀଙ୍କ ସହ ପାଳିତ ହୋଇଛି । ଦିପାବଳୀରେ ଆଲୋକର ପର୍ବ ସାରା ଦେଶରେ ଘରେ ଘରେ ଦିପାବଳୀ ପାଳନ ହେଉଥିଲା ବେଳେ ମାଲକାନଗିରି ଜିଲ୍ଲା କାରାଗାରରେ ୫ ଶହରୁ ଉର୍ଦ୍ଧ୍ଵ ଜେଲ ଅନ୍ତେବାସୀ ଦିପାବଳୀ ଦିନକୁ ମନେ ପକାଇ ମାନସିକ ଚିନ୍ତାରେ ଥାଆନ୍ତି । ସେମାନଙ୍କ ମାନସିକ ଚିନ୍ତା ଦୂର କରିବା ପାଇଁ ଜିଲ୍ଲା ରୋଟାରି କ୍ଲବର ସଭାପତି ଲବ ସାହୁ, ସମ୍ପାଦକ ଦିଲିପ ସୋମାନୀଙ୍କ ନେତୃତ୍ୱରେ ଶ୍ରୀ ପାତ୍ରଙ୍କ ଜନ୍ମ ଦିନ ପାଳିତ ହେବା ସହ ଅନ୍ତେବାସୀ ମାନଙ୍କୁ ଦିପାବଳୀର ଶୁଭେଚ୍ଛା ଜଣାଇବା, ପ୍ରତ୍ୟେକ ପୁରୁଷ ଓ ମହିଳା ଅନ୍ତେବାସୀ କ୍ଲବ ତରଫରୁ ଦିଆଯାଇଥିବା ଦୀପ ଉକ୍ତ ଦିନ ଲଗାଇ ନିଜ ଜୀବନରେ ଘଟିଥିବା ଅନ୍ଧକାରମୟ ଘଟଣାକୁ ଭୁଲି ଜୀବନର ଆଗାମୀ ଭବିଷ୍ୟତକୁ ଉଜ୍ୱଳମୟ କରିବା ପାଇଁ ଶପଥ ନେବା ଉଚିତ । ଚାରିକାନ୍ଥ ମଧ୍ୟରେ ଥିଲେ ମଧ୍ୟ କୌଣସି କାରଣରୁ ସେମାନଙ୍କ ଜୀବନର ଉଜ୍ୱଳ ଭବିଷ୍ୟତ, ନିଜ ପରିବାରର ସୁଖଶାନ୍ତି, ସମାଜର ମୁଖ୍ୟସ୍ରୋତ ସହ ସାମିଲ, ସତ୍ୟପଥରେ ଚାଲିବା, ଅନ୍ୟର ଦୁଃଖସୁଖରେ ଭାଗିଦାର ହେବା, ଅନ୍ୟଙ୍କୁ ସାହାଯ୍ୟ ସହଯୋଗ କରି ଅବଶିଷ୍ଟ ଜୀବନ ସୁଖରେ ଅତିବାହିତ କରିବା ପାଇଁ ରୋଟାରିଆନ ମାନେ ପରାମର୍ଶ ଦେଇଥିଲେ । ଜେଲ ସୁପରିଟେଣ୍ଡେଣ୍ଟ ଦିଲିପ କୁମାର ଜେନା, ଜେଲର ଦିଲିପ କୁମାର ବେହେରା, ସହକାରି ଜେଲର ମାନସ ରଂଜନ ତ୍ରିପାଠି, ରୋଟାରି କ୍ଲବର ଏପରି କାର୍ଯ୍ୟକୁ ପ୍ରଶଂସା କରିବା ସହ ଅନ୍ତେବାସୀମାନଙ୍କୁ ଦେଇଥିବା ବାର୍ତା ନିଶ୍ଚିତ ଭାବେ ସେମାନଙ୍କ ଜୀବନରେ ପରିବର୍ତନ ଆଣିବ, ଏହି ସମୟରେ କେତେକ ଅନ୍ତେବାସୀ ଦିପାବଳି ଉତ୍ସବ ଓ ଅନ୍ୟାନ୍ୟ ପର୍ବ ପର୍ବାଣୀ ମାନଙ୍କରେ ଭଜନ ସଂକିର୍ତନ କରିବା ପାଇଁ କେତେକ ଭଜନ ସାମଗ୍ରୀର ଆବଶ୍ୟକ ପଡୁଛି । ରୋଟାରୀ କ୍ଲବ ସମ୍ପାଦକ ଶ୍ରୀ ତ୍ରିପାଠି ଦିପାବଳୀ ପୂର୍ବରୁ ଅନ୍ତେବାସୀ ମାନଙ୍କୁ କ୍ଲବ ତରଫରୁ ହାରମୋନିୟମ ଏବଂ ବାଦ୍ୟଯନ୍ତ୍ର ଯୋଗାଇ ଦିଆଯିବା ସହ ଆଗାମୀ ଦିନରେ ଅନ୍ତେବାସୀ ମାନଙ୍କୁ ସ୍ୱଚ୍ଛ ଏବଂ ଥଣ୍ଡା ପାନୀୟ ଜଳ ନିମନ୍ତେ ବୃହତର ଆକ୍ୱା ଗାର୍ଡ ଯୋଗାଇଦେବେ ବୋଲି କ୍ଲବ ତରଫରୁ ପ୍ରତିଶୃତି ଦିଆଯାଇଥିଲା ।
ଏହି କାର୍ଯ୍ୟକ୍ରମରେ କାରାଗାରର ମଙ୍ଗଳ ଅଧିକାରୀ ସଂଗ୍ରାମ ମଲ୍ଲିକ, ରୋଟାରୀୟାନ ଏ. ଈଶ୍ୱର ରାଓ, ଜଗଦିଶ ପଟ୍ଟନାୟକ, ପୂର୍ବତନ ସଭାପତି ସୁରେନ୍ଦ୍ର ପାଢି, ସମ୍ପାଦକ ଜି. ଶ୍ୟାମବାବୁ ଦୋରା, ସୁଶାନ୍ତ ସାମଲ, ଜଗଦିଶ ତ୍ରିପାଠି, ନାରାୟଣ ବୈରାଗୀ, ନିତିଶ ସରକାର, ରବି ରାଜେଶ, ସତ୍ୟନାରାୟଣ ଦାସ, ପ୍ରିୟବ୍ରତ ରାଉତ, ମୌସୁମୀ ତ୍ରିପାଠି, କିରଣ ଗୌଡଙ୍କ ସହ ସମସ୍ତ ଜେଲ କର୍ମଚାରୀ, ମହିଳା ପୁରୁଷ ଅନ୍ତେବାସୀ ମାନେ ଅଂଶଗ୍ରହଣ କରିଥିଲେ । ଶେଷରେ ଅନ୍ତେବାସୀ ମାନଙ୍କୁ ରୋଟାରୀ କ୍ଲବ ତରଫରୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜେଲ ସୁପରିଂଟେଣ୍ଡେଟ ଦିଲିପ କୁମାର ଜେନା, ରୋଟାରିୟାନ ସୁଶାନ୍ତ ସାମଲ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ