ବାରିପଦା, ୧୯ ଅକ୍ଟୋବର (ହି.ସ.)- ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ପରିସରରୁ ଗତ ଶୁକ୍ରବାର ଉଦ୍ଧାର ହୋଇଥିବା ଅଚିହ୍ନା ଗଳିତ ମୃତଦେହର ପରିଚୟ ମିଳିଛି। ମୃତକ ଜଣକ ହେଉଛନ୍ତି ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ଼ ନଂ ୨୭ ତକତପୁର ଅଞ୍ଚଳର ନରସିଂ ହାଁସଦା(୩୪)। ତାଙ୍କର ଶରୀର ଅସୁସ୍ଥ ଥିବାରୁ ସେ ଗତ ଅକ୍ଟୋବର ୫ ତାରିଖରେ ପିଆରଏମ ହସ୍ପିଟାଲକୁ ନିଜର ଚିକିତ୍ସା ପାଇଁ ଆସିଥିଲେ। କିନ୍ତୁ ତା'ପରଠୁ ଘରକୁ ଆଉ ଫେରିନଥିଲେ। ପରିବାର ଲୋକେ ଅନେକ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ଖୋଜ ଖବର ପାଉନଥିଲେ। ଯାହାକୁ ନେଇ ବାରିପଦା ଟାଉନ ଥାନାରେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ହାଁସଦା ଅଭିଯୋଗ କରିଥିଲେ। ତେବେ ଶୁକ୍ରବାର ମୃତଦେହ ଉଦ୍ଧାର ହୋଇଥିବା ବେଳେ ପୁଲିସ ତଦନ୍ତ କରିବା ପରେ ପରିଚୟ ମିଳିଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ନରସିଂ ହାଁସଦାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରୀ ରହିଛି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ