ଭଗବାନ ଧନ୍ୱନ୍ତରୀ ଜୟନ୍ତୀ ପାଳିତ
ଜୟପୁର, ୧୯ ଅକ୍ଟୋବର (ହି.ସ.) - ଜୟପୁର ସହରର ରାଧାକୃଷ୍ଣ ମନ୍ଦିର ପରିସରରେ ଆୟୁର୍ବେଦର ଜନକ ବୈଦରାଜ ଭଗବାନ ଧନ୍ୱନ୍ତରୀଙ୍କ ଜୟନ୍ତୀ ରବିବାର ପାଳିତ ହୋଇଥିଲା । କୋରାପୁଟ ଜିଲ୍ଲା ଆୟୁର୍ବେଦ ବିକାଶ ପରିଷଦ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଭଗବାନ ଧନ୍ୱନ୍ତରୀଙ୍କୁ ବୈଦିକ ରୀତିନୀତି ଏବଂବିଧି ଅନୁ
ଭଗବାନ ଧନ୍ୱନ୍ତରୀ ଜୟନ୍ତୀ ପାଳିତ


ଜୟପୁର, ୧୯ ଅକ୍ଟୋବର (ହି.ସ.) - ଜୟପୁର ସହରର ରାଧାକୃଷ୍ଣ ମନ୍ଦିର ପରିସରରେ ଆୟୁର୍ବେଦର ଜନକ ବୈଦରାଜ ଭଗବାନ ଧନ୍ୱନ୍ତରୀଙ୍କ ଜୟନ୍ତୀ ରବିବାର ପାଳିତ ହୋଇଥିଲା । କୋରାପୁଟ ଜିଲ୍ଲା ଆୟୁର୍ବେଦ ବିକାଶ ପରିଷଦ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଭଗବାନ ଧନ୍ୱନ୍ତରୀଙ୍କୁ ବୈଦିକ ରୀତିନୀତି ଏବଂବିଧି ଅନୁଯାୟୀ ପୂଜାର୍ଚ୍ଚନା, ହୋମଯଜ୍ଞ ଆୟୋଜିତ ହୋଇଥିଲା । ଏହି ଅବସରରେ ଡା. ସୁଦର୍ଶନ ଗୌଡ, କବିରାଜ କ୍ଷେତ୍ରବାସୀ ପରିଷଦର ସହ ସମ୍ପାଦକ ସତ୍ୟନାରାୟଣ ପରିଚ୍ଛା, ଉପଦେଷ୍ଠା ଶିବକେଶବ ଦାସ, ସଂଯୋଜକ ତ୍ରିପତୀ ସାହୁ,ଜୁପିଟର ମିଶ୍ର, ଡା. ଶ୍ରୀକାନ୍ତ ମହାପାତ୍ର, ଶ୍ରୀଅଂଶ ପାତ୍ର, ସମ୍ୟ ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପରିଷଦର ସମ୍ପାଦକ ପରମେଶ୍ୱର ପାତ୍ରଙ୍କ ଏହି କାର୍ଯ୍ୟ ଆୟୋଜନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande