ଜିଲ୍ଲାସ୍ତରୀୟ କଳା ଉତ୍ସବ ଉଦ୍‌ଘାଟିତ
ବଲାଙ୍ଗୀର, ୧୯ ଅକ୍ଟୋବର(ହି.ସ.) – ବଲାଙ୍ଗୀର ଟାଉନ୍ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ଶନିବାର ଦିନ ଜିଲ୍ଲାସ୍ତରୀୟ କଳା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଯୋଗ ଦେଇ କଳା ଜୀବନନର ଏକ ଅଙ୍ଗ ଓ ଏହା ଆମକୁ ଆଗକୁ ବଢ଼ିବା ପାଇଁ ବାଟ ଶିଖାଇ
ଜିଲ୍ଲାସ୍ତରୀୟ କଳା ଉତ୍ସବ ଉଦ୍‌ଘାଟିତ


ଜିଲ୍ଲାସ୍ତରୀୟ କଳା ଉତ୍ସବ ଉଦ୍‌ଘାଟିତ


ବଲାଙ୍ଗୀର, ୧୯ ଅକ୍ଟୋବର(ହି.ସ.) – ବଲାଙ୍ଗୀର ଟାଉନ୍ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ଶନିବାର ଦିନ ଜିଲ୍ଲାସ୍ତରୀୟ କଳା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଯୋଗ ଦେଇ କଳା ଜୀବନନର ଏକ ଅଙ୍ଗ ଓ ଏହା ଆମକୁ ଆଗକୁ ବଢ଼ିବା ପାଇଁ ବାଟ ଶିଖାଇଥାଏ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରବୀର ପଣ୍ଡା ଓ ଶ୍ରୀମତୀ ସେବାଶ୍ରୀ ଭୋଇ ମଂଚାସୀନ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ବଲାଙ୍ଗୀର ସଦର ବ୍ଲକ ଶିକ୍ଷାଧିକାରୀ ନୀଳମଣି ପଟେଲସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଟାଉନ୍ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ନରେନ୍ଦ୍ରନାଥ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପ୍ରିନ୍ସିପାଲ ସେକ୍ରେଟେରି ଟୁ ପିଏମ୍‌ଓ ଡ. ଶ୍ରୀକାନ୍ତ ପାଣିଗ୍ରାହୀ ଯୋଗ ଦେଇଥିଲେ। ଉକ୍ତ କଳା ଉତ୍ସବରେ ପୁାଇଁନ୍ତଳା, ଦେଓଗାଁଁ, ସଇଁନ୍ତଳା, ଗୁଡଭଲୋ ଓ ଆଗଲପୁର ବ୍ଲକର ବ୍ଲକ ଶିକ୍ଷାଧିକାରୀ ମାନେ ମଂଚାସୀନ ଥିଲେ। ଏଥିରେ ମୋଟ୍ ୨ଠ୫ଜଣ ଛାତ୍ରଛାତ୍ରୀ ଓ ୪୩ ଜଣ ଗାଇଡ,ଶିକ୍ଷକ,ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ମୋଟ୍ ୧୨ଟି ବିଭାଗରେ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ସେମାନଙ୍କ ମଧ୍ୟରେ କୃତିତ୍ୱ ଲାଭ କରିଥିବା ପ୍ରତିଯୋଗୀମାନେ ଆଂଚଳିକସ୍ତରୀୟ କଳାଉତ୍ସବରେ ଭାଗ ନେବା ପାଇଁ ମନୋନୀତ ହୋଇଥିଲେ। ରାମଗୋପାଳ ଖମାରୀ ଶର୍ମା ମଂଚ ପରିଚାଳନା କରିଥିବା ବେଳେ ସରୋଜ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ବଲାଙ୍ଗୀର ବିଜ୍ଞାନ କମିଟିର ସମସ୍ତ ସଦସ୍ୟ/ସଦସ୍ୟ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande