ବାରିପଦା, ୧୯ ଅକ୍ଟୋବର (ହି.ସ.)- ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଛି। ଗୁରୁତର ଅବସ୍ଥାରେ ଜଣକୁ ବାରିପଦା ସ୍ଥିତ ପିଆରଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ଜଣକ ବଡ଼ସାହି ଥାନା ଅନ୍ତର୍ଗତ ମାଙ୍କଡାପାଳ ଅଞ୍ଚଳର ସଞ୍ଜୟ ନାୟକ(୩୨)।
ସଞ୍ଜୟ ଏକ ଘରୋଇ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ବେଳେ ଟିଉସନ ପଢ଼ାନ୍ତି। ଶନିବାର ରାତିରେ ଟିଉସନ ସାରି ଘରକୁ ଫେରୁଥିବା ବେଳେ ଘଟଣା ଘଟିଛି। ମାଙ୍କଡାପାଳ ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଅଜଣା ବ୍ୟକ୍ତି ତାଙ୍କୁ ଅଟକାଇ ଗୁଳିକାଣ୍ଡ କରିଥିଲେ। ଯୁବକଙ୍କ ପେଟରେ ଗୁଳି ବାଜିଛି । ହସ୍ପିଟାଲରେ ତାଙ୍କ ଚିକିତ୍ସା ଜାରି ରହିଛି। ଏନେଇ ବଡ଼ସାହି ଥାନାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ