ବାରିପଦା, ୧୯ ଅକ୍ଟୋବର (ହି.ସ.)- ଦୀପାବଳି ପୂର୍ବରୁ ବାରିପଦା ଟାଉନ ଥାନା ପୁଲିସ ବେଆଇନ ଭାବେ ବିକ୍ରି କରାଯାଉଥିବା ବାଣ ଜବତ କରିଛି। ଏହା ସହିତ ଜଣକୁ ଗିରଫ କରାଯାଇଛି। ଗିରଫ ଜଣକ ହେଲେ ଷ୍ଟେସନ ବଜାର ଅଞ୍ଚଳର ସେକ ମନିରୁଦ୍ଦିନ (୪୨)।
ପୁଲିସ ପେଟ୍ରୋଲିଂ ଜାରି ଥିବାବେଳେ ବେଆଇନ ଭାବେ ବାଣ ବିକ୍ରି କରୁଥିବାର ସୂଚନା ମିଳିଥିଲା। ଯାହାକୁ ନେଇ ଷ୍ଟେସନ ବଜାର ସ୍ଥିତ ଦୋକାନରେ ପୁଲିସ ଚଢ଼ଉ କରିଥିଲେ। କୌଣସି ଅନୁମତି ପତ୍ର ନଥାଇ ବିଭିନ୍ନ ବାଣ ବିକ୍ରି କରୁଥିବାର ଜଣାପଡିଥିଲା। ସରକାରୀ ନିୟମକୁ ଅବମାନନା କରି ବାଣ ବିକ୍ରି କରୁଥିବା ନେଇ ପୁଲିସ ପକ୍ଷରୁ ଦୋକାନର ବାଣ ଜବତ କରି ବାରିପଦା ଟାଉନ ଥାନାରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ