ଖଣି ବିଭାଗର ବଡ଼ବିଲ ରେଳ ସାଇଡିଂରେ ଚଢ଼ାଉ : ବିପୁଳ ପରିମାଣର ଚୋରା ଖଣିଜ ଦ୍ରବ୍ୟ ଜବତ
ଚମ୍ପୁଆ,୧୯ ଅକ୍ଟୋବର (ହି.ସ.) - ଚମ୍ପୁଆ ଉପଖଣ୍ଡସ୍ଥ ବଡବିଲ ରେଳ ସାଇଡିଂ ରେ ଖଣି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଅଛି। ଚଢ଼ାଉ କରି ଗଚ୍ଛିତ ଥିବା ବିପୁଳ ପରିମାଣର ବେଆଇନ ଖଣିଜ ପଦାର୍ଥ ଜବତ କରିଥିବା ଜଣାପଡିଛି। ଖଣି ବିଭାଗର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଏହି ଚଢାଉ ରେ ସାମିଲ ହୋଇଛନ୍ତି । ବଡ଼ବିଲ ରେଳ ସା
ଖଣି ବିଭାଗର ବଡ଼ବିଲ ରେଳ ସାଇଡିଂରେ ଚଢ଼ାଉ : ବିପୁଳ ପରିମାଣର ଚୋରା ଖଣିଜ ଦ୍ରବ୍ୟ ଜବତ


ଚମ୍ପୁଆ,୧୯ ଅକ୍ଟୋବର (ହି.ସ.) - ଚମ୍ପୁଆ ଉପଖଣ୍ଡସ୍ଥ ବଡବିଲ ରେଳ ସାଇଡିଂ ରେ ଖଣି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଅଛି। ଚଢ଼ାଉ କରି ଗଚ୍ଛିତ ଥିବା ବିପୁଳ ପରିମାଣର ବେଆଇନ ଖଣିଜ ପଦାର୍ଥ ଜବତ କରିଥିବା ଜଣାପଡିଛି। ଖଣି ବିଭାଗର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଏହି ଚଢାଉ ରେ ସାମିଲ ହୋଇଛନ୍ତି । ବଡ଼ବିଲ ରେଳ ସାଇଡିଂରେ ବିପୁଳ ପରିମାଣର ଖଣିଜ ଦ୍ରବ୍ୟ ବେଆଇନ ଭାବେ ଗଚ୍ଛିତ ଥାଇ ଚୋରା ଚାଲାଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଉ ଥିବା ନେଇ ଖଣି ବିଭାଗ କୈଣସି ସୂତ୍ରରୁ ସୂଚନା ପାଇଥିଲେ । ଫଳରେ ଆଜି ବଡ଼ବିଲ ପୋଲିସ ସହାୟତାରେ ଏହି ଚଢ଼ାଉ କରାଯାଇଥିଲା। ଜବତ ଖଣିଜ ଦ୍ରବ୍ୟ ଗୁଡ଼ିକର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଖଣି ବିଭାଗ ଆକଳନ କରିଛି। ତେବେ ଏହି ବେଆଇନ ଚୋରା କାରବାରରେ କେଉଁ ମାନଙ୍କ ସମ୍ପୃକ୍ତି ଅଛି ଏ ନେଇ କିଛି ସ୍ପଷ୍ଟ କରା ଯାଇନଥିବା ବେଳେ ଆଗାମୀ ଦିନରେ କିଏ କିଏ ଏଥିରେ ସଂପୃକ୍ତ ରହିଛନ୍ତି ତାହା ଖୋଳତାଡ଼ ପରେ ଜଣାପଡ଼ିବ ବୋଲି ଖଣି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କେନ୍ଦୁଝର ଜିଲ୍ଲାର ବଡ଼ବିଲ ସହର ଏକ ଖଣି ବହୁଳ ସହର ହୋଇଥିବା ବେଳେ ଏହି ଅଞ୍ଚଳରେ ପ୍ରାୟ ସମୟରେ ଖଣିଜ ପଦାର୍ଥ ଚୋରାଚାଲାଣ ହେଉଥିବା ନଜରକୁ ଆସିଥାଏ। ଏହି ସବୁ ଚୋରା କାମରେ ଲିପ୍ତ ଥିବା ଲୋକଙ୍କୁ ଖଣି ବିଭାଗ ଓ ସ୍ଥାନୀୟ ପୋଲିସ୍ ଦ୍ୱାରା କେବେ ଗିରଫ କରାଯାଉଛି ତାହା ଦେଖିବାକୁ ବାକି ରହିଲା।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande