କୋରାପୁଟ ଜିଲ୍ଲାରେ ୨୧୬୮ଜଣ ହିତାଧିକାରୀଙ୍କୁ ଅନ୍ତୋଦୟ ଯୋଜନାରେ ଗୃହ ନିର୍ମାଣ କରିବା ନିମନ୍ତେ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ
ଜୟପୁର, ୧୯ ଅକ୍ଟୋବର (ହି.ସ.) - ମୁଖ୍ୟମନ୍ତ୍ରୀ,ଓଡିଶାଙ୍କ କରକମଳରେ ଆଜି ୪୭୧ଟି ନୂତନ ଗ୍ରାମ ପଂଚାୟତ କାର୍ଯ୍ୟାଳୟର ଭିତିପ୍ରସ୍ତର ସ୍ଥାପନ ଏବଂ ''ଅନ୍ତ୍ୟୋଦୟ ଗୃହ ଯୋଜନା''ର ତୃତୀୟ ପର୍ଯ୍ୟାୟରେ ହିତାଧିକାରୀଙ୍କୁ ଗୃହ ନିର୍ମାଣ ନିମନ୍ତେ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରାଯାଇଛି। ଏହି କ୍ର
କୋରାପୁଟ ଜିଲ୍ଲାରେ  ୨୧୬୮ଜଣ ହିତାଧିକାରୀଙ୍କୁ ଅନ୍ତୋଦୟ ଯୋଜନାରେ ଗୃହ ନିର୍ମାଣ କରିବା ନିମନ୍ତେ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ


ଜୟପୁର, ୧୯ ଅକ୍ଟୋବର (ହି.ସ.) - ମୁଖ୍ୟମନ୍ତ୍ରୀ,ଓଡିଶାଙ୍କ କରକମଳରେ ଆଜି ୪୭୧ଟି ନୂତନ ଗ୍ରାମ ପଂଚାୟତ କାର୍ଯ୍ୟାଳୟର ଭିତିପ୍ରସ୍ତର ସ୍ଥାପନ ଏବଂ 'ଅନ୍ତ୍ୟୋଦୟ ଗୃହ ଯୋଜନା'ର ତୃତୀୟ ପର୍ଯ୍ୟାୟରେ ହିତାଧିକାରୀଙ୍କୁ ଗୃହ ନିର୍ମାଣ ନିମନ୍ତେ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରାଯାଇଛି। ଏହି କ୍ରମରେ କୋରାପୁଟ ଜିଲ୍ଲାରେ କୋରାପୁଟ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ୨୧୬୮ଜଣ ହିତାଧିକାରୀଙ୍କୁ ଅନ୍ତୋଦୟ ଯୋଜନାରେ ଗୃହ ନିର୍ମାଣ କରିବା ନିମନ୍ତେ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରାଯାଇଛି । କୋରାପୁଟ କୋରାପୁଟ ଜିଲ୍ଲାପାଳ ଙ୍କ କନଫରେନ୍ସ ହଲ ରେ ହୋଇଥିବା କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଭାସି ମାଧ୍ୟମରେ ହିତାଧିକାରୀ ସୁମିତ୍ରା ପାଇକ ସିଧସଳଖ କଥା ହୋଇଛନ୍ତି। ସୁମିତ୍ରା ବିଧବା ଅଟନ୍ତି। ତାଙ୍କର ଦୁଇ ଟି ପୁଅ ଝିଅ ଅଛନ୍ତି । ଘରେ ଗୋଟେ ଛୋଟିଆ ଦୋକାନ କରି ସେ ଚଳନ୍ତି। ଘର ଟିଏ ପାଇ ସେ ବହୁବାର ପିଇଓ ଙ୍କୁ ଜଣାଇଥିଲେ। ଶେଷ ରେ ତାଙ୍କୁ ଆଜି କୋରାପୁଟ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ଡକରା ପାଇ ଯାଇଥିଲେ । ସୁମିତ୍ରା କହିଛନ୍ତି ମୁଖ୍ୟମନ୍ତ୍ରୀ ତାଙ୍କୁ କହିଥିଲେ ୪ ମାସ ରେ ଘର ସରାଇଲେ ୨୦ ହଜାର ଟଙ୍କା ଏବଂ ୬ ମାସ ମଧ୍ୟରେ ଘର କାମସରାଇଲେ ୧୦ ହଜାର ଟଙ୍କା ଅତିରିକ୍ତ ବୋନାସ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସୁମିତ୍ରା ଙ୍କୁ କହିଁଥିଲେ ବୋଲି କହିଛନ୍ତି । ଏପରିକି ପାଂଚ ମିନିଟ୍ ମୁଖ୍ୟମନ୍ତ୍ରୀଙ୍କ ସହ ସୁମିତ୍ରା କଥା ହୋଇଥିଲେ। ମୁଖ୍ୟମନ୍ତ୍ରୀ ସହ କଥା ହୋଇ ମୋତେ ବହୁତ ଖୁସି ଲାଗିଲା ବୋଲି ସୁମିତ୍ରା କହିଛନ୍ତି। ଏହି ଅଭାସୀ ବେ?ଠକ ରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ସିଡିଇଓ ବେଣୁଧର ଶବରଙ୍କ ସହୁ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande