ମାଲକାନଗିରି ଭାଜପା କାର୍ଯ୍ୟାଳୟରେ ମିଶ୍ରଣ ପର୍ବ
ମାଲକାନଗିରି, ୧୯ ଅକ୍ଟୋବର (ହି.ସ.)- ମାଲକାନଗିରିର ଭାରତୀୟ ଜନତା ପାର୍ଟି (ଭାଜପା) କାର୍ଯ୍ୟାଳୟରେ ଆଜି ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବିଜେଡି ଓ କଂଗ୍ରେସର ବହୁ କାର୍ଯ୍ୟକର୍ତ୍ତା ଆଜି ଏଠାରେ ମିଶିଛନ୍ତି, ଯାହା ସ୍ଥାନୀୟ ରାଜନୈତିକ କ୍ଷେତ୍ରରେ ଏକ ନୂତନ ପରିବର୍ତ୍ତନର ଆଗମନ ସୂଚାଇଛି। କାଲ
ମାଲକାନଗିରିରେ ଭାଜପା କାର୍ଯ୍ୟାଳୟରେ  ମିଶ୍ରଣ ପର୍ବ


ମାଲକାନଗିରି, ୧୯ ଅକ୍ଟୋବର (ହି.ସ.)- ମାଲକାନଗିରିର ଭାରତୀୟ ଜନତା ପାର୍ଟି (ଭାଜପା) କାର୍ଯ୍ୟାଳୟରେ ଆଜି ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବିଜେଡି ଓ କଂଗ୍ରେସର ବହୁ କାର୍ଯ୍ୟକର୍ତ୍ତା ଆଜି ଏଠାରେ ମିଶିଛନ୍ତି, ଯାହା ସ୍ଥାନୀୟ ରାଜନୈତିକ କ୍ଷେତ୍ରରେ ଏକ ନୂତନ ପରିବର୍ତ୍ତନର ଆଗମନ ସୂଚାଇଛି। କାଲିମେଳା ବ୍ଲକ ତାଣ୍ଡବାଇ, ମାଲଭାରମ, ପୁସୁଗୁଡା ଓ ମହାରାଜପାଲ୍ଲୀ ଗ୍ରାମପଞ୍ଚାୟତରୁ ପ୍ରାୟ ୧୦ ଜଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ, ଦୂରଦର୍ଶିତା ଓ ଦେଶବାସୀଙ୍କ ପାଇଁ କରାଯାଉଥିବା ବିକାଶମୂଳକ କାର୍ଯ୍ୟ ଦ୍ୱାରା ପ୍ରଭାବିତ ହୋଇ ସେମାନେ ଏହି ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ। ଏହି ମିଶ୍ରଣ ପର୍ବ ମାଲକାନଗିରିର ବିକାଶ, ସାମାଜିକ ଉନ୍ନତି ଓ ଜନସାଧାରଣଙ୍କ କଲ୍ୟାଣ ପାଇଁ ଏକ ନୂତନ ଆଶାର ରେଖା ଦେଖାଇଛି।

ଭାଜପା ଜିଲ୍ଲା ସଭାପତି ଅଶୋକ କୁମାର ପରିଡ଼ା, ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି, ପୂର୍ବତନ ଜିଲ୍ଲା ସଭାପତି ନିମାଇ ଚନ୍ଦ୍ର ପାଲ, ବାଲିମେଳା ନଗର ପାଳ ପ୍ରଦୀପ ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ମାଣିକ ଲାଲ ଚକ୍ରବର୍ତ୍ତୀ, ଉପ ସଭାପତି ସମୀର ମିସ୍ତ୍ରୀ, ଜିଲ୍ଲା ବିଧାୟକ ପ୍ରତିନିଧି ନିହାର ରାୟ ଏବଂ ମାଲଭାରମ ମଣ୍ଡଳ ସଭାପତି ଜୟନ୍ତ ମଜୁମଦାର, କ୍ରିଷ୍ଣା ରାଜୁ ପ୍ରମୁଖଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ ସେମାନେ ନୂତନ କର୍ମୀଙ୍କୁ ସ୍ୱାଗତ କରିଥିଲେ ଓ ଭବିଷ୍ୟତରେ ମାଲକାନଗିରିର ସମ୍ପୂର୍ଣ୍ଣ ବିକାଶ ପାଇଁ ଆଲୋଚନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande