ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ଆଦ୍ୟ ଶିଶିର ସାହିତ୍ୟ ଆସର
କେନ୍ଦୁଝର, ୧୯ ଅକ୍ଟୋବର (ହି.ସ.)- ଅଗ୍ରଣୀ ସାରସ୍ବତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ଆଦ୍ୟ ଶିଶିର ସାହିତ୍ୟ ଆସର ଅନୁଷ୍ଠାନର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀ ଙ୍କ ସଭାପତିତ୍ବରେ ମିଳନୀ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କବୟିତ୍ରୀ ସୁଭଦ୍ରା କବିତା ମହାନ୍ତିଙ୍କ କବିତା ସଂକଳ
ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ଆଦ୍ୟ ଶିଶିର ସାହିତ୍ୟ ଆସର


କେନ୍ଦୁଝର, ୧୯ ଅକ୍ଟୋବର (ହି.ସ.)- ଅଗ୍ରଣୀ ସାରସ୍ବତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ଆଦ୍ୟ ଶିଶିର ସାହିତ୍ୟ ଆସର ଅନୁଷ୍ଠାନର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀ ଙ୍କ ସଭାପତିତ୍ବରେ ମିଳନୀ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କବୟିତ୍ରୀ ସୁଭଦ୍ରା କବିତା ମହାନ୍ତିଙ୍କ କବିତା ସଂକଳନ କାନନର ସମୀକ୍ଷା କରାଯାଇଥିଲା ।

ପ୍ରାରମ୍ଭରେ ଅତିଥିମାନେ ରାଷ୍ଟ୍ର ଦେବତା ଶ୍ରୀବଳଦେବଜୀଉ ଓ ରାଷ୍ଟ୍ରଦେବୀ ମାଆ ତାରିଣୀ ଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ ଓ ଧୂପ ପ୍ରଜ୍ବଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ସଂପାଦକ ଡକ୍ଟର୍ ଚିତ୍ତ ରଞ୍ଜନ ମିଶ୍ର ସୃଜନଶିଳ୍ପୀଙ୍କୁ ସୃଜନଶୀଳତା ଅନାହତ ରଖିବାକୁ ଆହ୍ବାନ ଦେଇଥିଲେ।

ବିଶିଷ୍ଟ କବି ଉମାକାନୁ ବେହେରା ଅତିଥି ବକ୍ତା ଭାବରେ ଯୋଗଦେଇ ସାମାଜିକ ପ୍ରତିବଦ୍ଧତା ପ୍ରତି ଯତ୍ନଶୀଳ ହେବାକୁ ଆହ୍ବାନ ଦେଇଥିଲେ।

କବୟିତ୍ରୀ ଇନ୍ଦୁମତୀ ପାତ୍ର ସୁଭଦ୍ରା ମହାନ୍ତିଙ୍କ କବିତା ସଂକଳନ କବିତା କାନନର ପୁଂଖାନୁପୁଂଖ ଆଲୋଚନା କରିଥିଲେ। କବି ଦେବାଶିଷ ଚକ୍ରବର୍ତ୍ତୀ ତାଙ୍କର ସଭାପତୀୟ ଅଭିଭାଷଣରେ ସାହିତ୍ୟରେ ଶିଶିରର ପ୍ରଭାବ ଅପ୍ରତିହତ ବୋଲି ମତ ଦେବା ସହିତ କବୟିତ୍ରୀ ସୁଭଦ୍ରା ମହାନ୍ତିଙ୍କ କବିତ୍ବର ଉତ୍କର୍ଷ ପ୍ରତିପାଦନ କରିଥିଲେ।

କବୟିତ୍ରୀ ଗୀତାଞ୍ଜଳି ପାତ୍ରଙ୍କ ସଂଯୋଜନାରେ ଚିନ୍ତାମଣି ମହାଳିକ, ନରହରି ମିଶ୍ର, ବିରଞ୍ଚି ସାମନୁରାୟ, ଧ୍ରୁବାନନ୍ଦ ରାଉତ, ମମତା ରାଣୀ ଦାସ, ଲିପିକା ଦାସ ପଟ୍ଟନାୟକ, ଜ୍ୟୋସ୍ନା ପାଢ଼ୀ, ବିଜୟଲକ୍ଷ୍ମୀ ମହାନ୍ତି, ବୀଣାପାଣି ଜେନା, ବସନ୍ତି ବାରିକ୍, ମଧୂସୁଦନ ମିଶ୍ର, ଭରତ ଚନ୍ଦ୍ର ପାତ୍ର, ମନରଞ୍ଜନ ମହାନ୍ତି, ଡାକୁର ଭାରତୀ ମହାପାତ୍ର, ରନୂ ମଞ୍ଜରୀ ରାଉତ, ଭାବିପ୍ରିୟା ସାହୁ, ଡ଼କ୍ଟର ବିପିନ ବିହାରୀ ମହାପାତ୍ର, ଡକ୍ଟର୍ ସୁମନୁ ନାଏକ, ସୁଜିତ ମିଶ୍ର, ହରେକୃଷ୍ଣ ବେଜ, ଦେବ ଦର୍ଶନ ଦାଶ, ଚିନ୍ମୟ ସାହୁ, ଚମ୍ପକେଶ୍ବର ଜିତ, ପ୍ରତାପ କର୍ମକାର, ଡାକୁର ସୁଦର୍ଶନ ମହାନ୍ତି, ଫକୀର ମୋହନ ମହାନ୍ତି, ଓ ଅଙ୍କିତା ମହାନ୍ତି ପ୍ରମୁଖ ବହୁ କବି କବିତା ଆବୃତି କରିଥିଲେ। ପରିଶେଷରେ ଯୁଗ୍ମ ସମ୍ପାଦକ କବି ହରିହର ମହାନୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande