ଖଣି ବିଭାଗର ଚଢ଼ଉ, ବାଲି ବୋଝେଇ ଟ୍ରାକ୍ଟର ଜବତ
ଖଣି ବିଭାଗ ଚଢ଼ାଉ, ବାଲି ବୋଝେଇ ଟ୍ରାକ୍ଟର ଜବତ
ଖଣି ବିଭାଗର ଚଢ଼ଉ, ବାଲି ବୋଝେଇ ଟ୍ରାକ୍ଟର ଜବତ


ବାରିପଦା, ୧୯ ଅକ୍ଟୋବର (ହି.ସ.)- ମୟୂରଭଞ୍ଜ ଜିଲ୍ଲାରେ ଲଘୁ ଖଣିଜ ଚୋରା ଚାଲାଣ ନେଇ ବାରମ୍ବାର ଖବର ପ୍ରସାରଣ ସହ ବିଭିନ୍ନ ଅଭିଯୋଗ ହେବା ପରେ ଜିଲ୍ଲା ଖଣି ବିଭାଗର ଆଖି ଖୋଲିଛି। ବେଆଇନ ଭାବେ ବାଲି ଚୋରା ଚାଲାଣ ବେଳେ ଜିଲ୍ଲା ଖଣି ବିଭାଗ ସ୍କ୍ୱାର୍ଡ ଦ୍ଵାରା ଚଢ଼ଉ କରି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି। ଏନେଇ ବିଭାଗ ପକ୍ଷରୁ ବାରିପଦା ଟାଉନ ଥାନାରେ ଟ୍ରାକ୍ଟର ଚାଳକ ଓ ମାଲିକଙ୍କ ନାମରେ ଅଭିଯୋଗ କରାଯାଇଛି। ଅନେକ ପରିମାଣର ଲଘୁ ଖଣିଜ ଚୋରା ଚାଲାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଯାହାକୁ ନେଇ ପୁଲିସ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ଉ ପ୍ରକ୍ରିୟା ହୋଇ ଟ୍ରାକ୍ଟର ଜବତ କରାଯାଉଥିବା ବେଳେ ଖଣି ବିଭାଗ ଦେଖଣାହାରି ସାଜିଥିଲା। ତେବେ ଅନେକ ଦିନର ବ୍ୟବଧାନ ପରେ ଖଣି ବିଭାଗ ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ଷ୍ଟେସନ ବଜାର ଅଞ୍ଚଳରେ ବାଲି ବୋଝେଇ ଏକ ଟ୍ରାକ୍ଟରକୁ ଅଟକାଇ ପଚରାଉଚରା କରିଥିଲା। ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଥିବା ନେଇ ଜାଣିବା ପରେ ଗାଡିକୁ ଜବତ କରାଯାଇଛି। ଏନେଇ ଅଭିଯୋଗ କ୍ରମେ ଲଘୁ ଖଣିଜ ବେଆଇନ ଚୋରା ଚାଲାଣ ନେଇ ପୁଲିସ ପକ୍ଷରୁ ମାମଲା ରୁଜୁ କରି ଟ୍ରାକ୍ଟର ଜବତ କରିବା ସହ ମାଲିକ ଓ ଚାଳକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହା ସହିତ ତଦନ୍ତ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande