ପୁରାତନ ଛାତ୍ର ସମ୍ମିଳନୀ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ସ୍ୱର୍ଣ୍ଣକ୍ଷେତ୍ର ଗଦଗଦି
କେନ୍ଦୁଝର, ୧୯ ଅକ୍ଟୋବର (ହି.ସ.)- ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସ୍ୱର୍ଣ୍ଣକ୍ଷେତ୍ର ଗଦଗଦି ପରିସରରେ ପୁରାତନ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ସିପୁନ କୁମାର ଦାସ। ସେ ରାଷ୍ଟ୍ର ଗଠନରେ
ପୁରାତନ ଛାତ୍ର ସମ୍ମିଳନୀ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ସ୍ୱର୍ଣ୍ଣକ୍ଷେତ୍ର ଗଦଗଦି


କେନ୍ଦୁଝର, ୧୯ ଅକ୍ଟୋବର (ହି.ସ.)- ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସ୍ୱର୍ଣ୍ଣକ୍ଷେତ୍ର ଗଦଗଦି ପରିସରରେ ପୁରାତନ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ସିପୁନ କୁମାର ଦାସ। ସେ ରାଷ୍ଟ୍ର ଗଠନରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପୂର୍ବ ଛାତ୍ର ମାନଙ୍କ ଭୂମିକା ବିଷୟରେ ମାର୍ଗ ଦର୍ଶନ କରିଥିଲେ। ଏହି ବୈଠକରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସ୍ୱର୍ଣ୍ଣକ୍ଷେତ୍ର ଗଦଗଦିରୁ ଉତ୍ତୀର୍ଣ୍ଣ ହୋଇ ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପୂର୍ବ ଛାତ୍ରମାନେ ସମ୍ମିଳିତ ହୋଇଥିଲେ। ଆସନ୍ତା ଶିକ୍ଷାବର୍ଷରେ ଶିଶୁ ବିଦ୍ୟା ମନ୍ଦିରର ରଜତ ଜୟନ୍ତୀ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ।

ବୈଠକରେ ଅଧ୍ୟକ୍ଷତା କରିଥିଲେ ଶିଶୁ ବିଦ୍ୟା ମନ୍ଦିରର ପରିଚାଳନା ସମିତି ସଭାପତି ଦୀନବନ୍ଧୁ ମହାନ୍ତ। ପରିଚାଳନା ସମିତି ଉପ ସଭାପତି ପଦନ ନାଏକ ପୂର୍ବ ଛାତ୍ର ମାନଙ୍କୁ ଶିଶୁ ମନ୍ଦିରରେ ପ୍ରାପ୍ତ ନୈତିକ ଶିକ୍ଷା ଆଧାରରେ ସମାଜ ପରିବର୍ତ୍ତନ ନିମିତ୍ତ ସ୍ୱ ସ୍ୱ କର୍ମକ୍ଷେତ୍ରରେ ସଫଳତାର ସହିତ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ପୁରୁଜିତ୍ ମୁନି ଅତିଥି ମାନଙ୍କ ପରିଚୟ ପ୍ରଦାନ ସହିତ ବୈଠକର ଆଭିମୁଖ୍ୟ ସମ୍ପର୍କରେ କଥା ରଖିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟ ସନାତନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଆଚାର୍ଯ୍ୟ ପ୍ରତାପ ଚନ୍ଦ୍ର ମହାନ୍ତ, ଶ୍ରୀକାନ୍ତ ମହାନ୍ତ, ଭକ୍ତବନ୍ଧୁ ମହାନ୍ତ, ଆଚାର୍ଯ୍ୟା ନମିତା ତ୍ରିପାଠୀ, ପ୍ରତିମା ମହାନ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କୁନି କୁନି ପିଲାମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ଶିଶୁ ଭଉଣୀ କ୍ରିଷ୍ଣା କରିସ୍ମା ନାଏକ ବ୍ୟକ୍ତିଗତ ଗୀତ ଗାନ କରିଥିବା ବେଳେ ପୂର୍ବ ଛାତ୍ର ଦାୟିତ୍ୱରେ ଥିବା ଆଚାର୍ଯ୍ୟ ହରିଶ୍ଚନ୍ଦ୍ର ମହାନ୍ତ ପୂର୍ବ ବିବରଣୀ ପଠନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande