ବିଦ୍ୟୁତ ଆଘାତରେ ଜଣେ ମୃତ୍ୟୁ
ଜୟପୁର, ୧୯ ଅକ୍ଟୋବର (ହି.ସ.) - ଜୟପୁର ସଦରଥାନା ଅନ୍ତର୍ଗତ ଟାଙ୍କୁଆ ପଂଚାୟତର ରାଙ୍ଗିଣିଗୁଡା ଗ୍ରାମର ଅନିମେଶ ହଲଦାର ଆଜି ଚାଷଜମିରେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି। ଆଜି ସକାଳୁ ଅନିମେଶ ବିଲକୁ ଯାଉଛି କହି ଘରୁ ବାହାରିଥିଲେ। ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ସମସ୍ତେ ଖୋଜାଖୋଜି କରିଥିଲ
ବିଦ୍ୟୁତ ଆଘାତରେ ଜଣେ ମୃତ୍ୟୁ


ଜୟପୁର, ୧୯ ଅକ୍ଟୋବର (ହି.ସ.) - ଜୟପୁର ସଦରଥାନା ଅନ୍ତର୍ଗତ ଟାଙ୍କୁଆ ପଂଚାୟତର ରାଙ୍ଗିଣିଗୁଡା ଗ୍ରାମର ଅନିମେଶ ହଲଦାର ଆଜି ଚାଷଜମିରେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି। ଆଜି ସକାଳୁ ଅନିମେଶ ବିଲକୁ ଯାଉଛି କହି ଘରୁ ବାହାରିଥିଲେ। ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ସମସ୍ତେ ଖୋଜାଖୋଜି କରିଥିଲେ। ଶେଷରେ ପରିବାର ଲୋକେ ବିଲରେ ବିଦ୍ୟୁତ ଆଘାତରେ ମୃତ୍ୟୁହୋଇ ପଡିଥିବା ଦେଖିବାକୁ ପାଇଥିଲେ। ଏନେଇ ମୃତ ଅନିମେଶଙ୍କ ପୁଅ ଅଭିଜିତ ହଲଦାର ଲିଖିତ ଭାବେ ସଦରଥାନାରେ ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande