ଜୟପୁର, ୧୯ ଅକ୍ଟୋବର (ହି.ସ.)- ଆଜି ଅନୁଷ୍ଠାନର ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତା ଏନ୍.କେ.ଟି ରୋଡ଼ ସ୍ଥିତ ନାରାୟଣୀ ଇଂରାଜୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଯୋଗଗୁରୁ ଜାନକୀ ପାଣିଗ୍ରାହୀ ଓ କୃଷ୍ଣ ରାଓ ଦୋରା ସମସ୍ତ ସଦସ୍ୟ ଓ ସଦସ୍ୟା ମାନଙ୍କ ଉପସ୍ଥିତିରେ ଜଗନ୍ନାଥଙ୍କ ପଦାରବିନ୍ଦରେ ଧୂପ ଦୀପ ଓ ଅର୍ଘ୍ୟ ଅର୍ପଣ କରି ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ଏଥିରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ସାଧାରଣ ଵର୍ଗର ପୁରୁଷ ଓ ମହିଳା ମାନେ ବିଭିନ୍ନ ପ୍ରତିଯୋଗିତା ଯଥା ସୂର୍ଯ୍ୟ ନମସ୍କାର, ଯୋଗାସନ, ଶଙ୍ଖ ବାଦନ, ହୁଳହୁଳି, ବକ୍ତୃତା ଓ ଗୀତା ଶ୍ଲୋକାବୃତ୍ତି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସମସ୍ତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠାନର ସଭାପତି ତପନ କିରଣ ତ୍ରିପାଠୀ, ଉପସଭାପତି ରାମ ଶଙ୍କର ଷଡଙ୍ଗୀ, ସମ୍ପାଦକ ଅଜୟ କୁମାର ମଲିକ, ସହସମ୍ପାଦକ ସୁବର୍ଣ୍ଣ ଖିଲ, କୋଷାଧ୍ୟକ୍ଷ ରବୀନ୍ଦ୍ର ମହାରଣାଙ୍କ ସହ ସବିତା ତ୍ରିପାଠୀ, ତପସ୍ୱିନୀ କୁମାରୀ ସାହୁ, ଲିପିକା ଦଳାଇ, ରିତାଞ୍ଜଳି ଡାକୁଆ, ଜି ମହେଶ ଓ ଜଗନ୍ନାଥ ପାଣିଗ୍ରାହୀ ପ୍ରମୁଖ ସଦସ୍ୟଙ୍କ ସହାୟତାରେ ମନୋଜ ମିଶ୍ର, କ୍ଷୀରୋଦ ଦାସ, ମୃତ୍ୟୁଞ୍ଜୟ ସାହୁ ଓ ସଂଯୁକ୍ତା ରାଉତ ପ୍ରମୁଖ ବିଚାରକ ଭାବେ ନିଜ କାର୍ଯ୍ୟ ସମ୍ପାଦନା କରିଥିଲେ।
ଆସନ୍ତା ରବିବାର ୨୬ ତାରିଖ ସକାଳ ୮ଟା ୩୦ ସମୟରୁ ନାରାୟଣୀ ଇଂରାଜୀ ବିଦ୍ୟାଳୟ ପରିସରରେ ପୁରାଣ ପ୍ରବନ୍ଧ, ଇତିହାସ ପ୍ରବନ୍ଧ, ସାଂସ୍କୃତିକ ଜ୍ଞାନ ପରୀକ୍ଷା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସଭାପତିଙ୍କ ଠାରୁ ପ୍ରକାଶ।
ହିନ୍ଦୁସ୍ଥାନ ସମାଚାର / ପିକେପି