ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ସେବା ଅଭାବ : ବେସରକାରୀ ନର୍ସିଂହୋମ ପ୍ରତି ଡାକ୍ତରମାନଙ୍କ ନଜର, ଜନସାଧାରଣ ତୀବ୍ର ଅସନ୍ତୋଷ
ବଲାଙ୍ଗିର, ୧୯ ଅକ୍ଟୋବର (ହି.ସ.)- ବଲାଙ୍ଗିର ଜିଲ୍ଲାର ପ୍ରମୁଖ ସ୍ୱାସ୍ଥ୍ୟ ସଂସ୍ଥା ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ସେବା ଅଭାବ ଓ ଡାକ୍ତରମାନଙ୍କ ବେସରକାରୀ ନର୍ସିଂ ହୋମ ଉପରେ ନଜରକୁ ନେଇ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏତେ ବଡ଼ ସରକାରୀ ହସ୍ପିଟାଲ ଥିଲେ ମଧ୍ୟ ସାଧାରଣ ଅପରେସନ
ଦରମା ଅଣ୍ଟୁନି ! ଦ୍ଵିତୀୟ 'ଇଶ୍ଵର'  ଙ୍କ ଦଲାଲି                           ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ସେବା ଅଭାବ-ବେସରକାରୀ ନର୍ସିଂହୋମ ପ୍ରତି ଡାକ୍ତରମାନଙ୍କ ନଜର ଜନସାଧାରଣ ତୀବ୍ର ଅସନ୍ତୋଷ


ବଲାଙ୍ଗିର, ୧୯ ଅକ୍ଟୋବର (ହି.ସ.)- ବଲାଙ୍ଗିର ଜିଲ୍ଲାର ପ୍ରମୁଖ ସ୍ୱାସ୍ଥ୍ୟ ସଂସ୍ଥା ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ସେବା ଅଭାବ ଓ ଡାକ୍ତରମାନଙ୍କ ବେସରକାରୀ ନର୍ସିଂ ହୋମ ଉପରେ ନଜରକୁ ନେଇ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏତେ ବଡ଼ ସରକାରୀ ହସ୍ପିଟାଲ ଥିଲେ ମଧ୍ୟ ସାଧାରଣ ଅପରେସନ ଓ ଚିକିତ୍ସା ପାଇଁ ରୋଗୀମାନଙ୍କୁ ବେସରକାରୀ ନର୍ସିଂହୋମ ମୁହାଁ ହେବାକୁ ପଡୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ହସ୍ପିଟାଲରେ ଆବଶ୍ୟକ ଯନ୍ତ୍ରପାତି ଥିଲେ ମଧ୍ୟ ସେଗୁଡ଼ିକ ଚାଲୁ ଅବସ୍ଥାରେ ନଥିବାରୁ ରୋଗୀମାନେ ବାହାରେ ଟେଷ୍ଟ କରିବାକୁ ବାଧ୍ୟ ହେଉଛନ୍ତି। ଅନେକ ଡାକ୍ତର ନିଜର ସରକାରୀ ଦାୟିତ୍ୱ ଠାରୁ ବେସରକାରୀ କ୍ଲିନିକ୍ ଓ ନର୍ସିଂହୋମ ମାଧ୍ୟମରେ ଅଧିକ ଆୟ କରିବାରେ ଧ୍ୟାନ ଦେଉଛନ୍ତି ବୋଲି ଅଭିଯୋଗ ହେଉଛି। ଜଣେ ରୋଗୀଙ୍କ ପରିବାର ଲୋକ କହିଛନ୍ତି “ସରକାରୀ ହସ୍ପିଟାଲକୁ ଯଦି ଯିବେ ତେବେ ଡାକ୍ତର ମିଳନ୍ତି ନାହିଁ। ଯଦି ଓ ମିଳନ୍ତି ତେବେ ଆମକୁ ବେସରକାରୀ ନର୍ସିଂହୋମକୁ ଯିବାକୁ କହୁଛନ୍ତି। ଗରିବ ଲୋକ ହେଇ ଆମେ ଏତେ ଖର୍ଚ୍ଚ କେମିତି କରିବୁ ?”

ଭୀମଭୋଇ ମେଡିକାଲ କଲେଜ ସ୍ଥାପିତ ହୋଇଥିଲା ଜନସାଧାରଣଙ୍କୁ ଉଚ୍ଚ ମାନର ସ୍ୱାସ୍ଥ୍ୟ ସେବା ଦେବା ଉଦ୍ଦେଶ୍ୟରେ। କିନ୍ତୁ, ବର୍ତ୍ତମାନ ସେହି ଲକ୍ଷ୍ୟ ପ୍ରାୟ ଅସଫଳ ହେଉଛି। ହସ୍ପିଟାଲରେ ଯନ୍ତ୍ରପାତି ଓ ଆବଶ୍ୟକ ସୁବିଧା ଥିଲେ ମଧ୍ୟ ଟେକ୍ନିସିଆନ ଓ ସେବାକର୍ମୀଙ୍କ ଅଭାବ ହେତୁ ସେଗୁଡ଼ିକ ବ୍ୟବହାର ହେଉନାହିଁ। ସାମାଜିକ ସଂଗଠନ ଓ ସ୍ଥାନୀୟ ନାଗରିକ ମାନେ ଦାବି କରିଛନ୍ତି ଯେ, ସରକାର ଏହି ଅବସ୍ଥା ଉପରେ ଉଚ୍ଚ ସ୍ତରୀୟ ତଦନ୍ତ କରି ଦାୟୀ ଡାକ୍ତର ଓ କର୍ମଚାରୀଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ନେବା ଉଚିତ ହେବ। ବଲାଙ୍ଗୀର ଓ ପଶ୍ଚିମ ଓଡ଼ିଶାର ହଜାର ହଜାର ଲୋକ ଏହି ହସ୍ପିଟାଲ ଉପରେ ନିର୍ଭର କରିଥାନ୍ତି। ଏଭଳି ପରିସ୍ଥିତି ଯଦି ସବୁଦିନ ପାଇଁ ଚାଲେ ତେବେ ସରକାରୀ ଚିକିତ୍ସା ବ୍ୟବସ୍ଥା ପ୍ରତି ଲୋକମାନଙ୍କ ଆସ୍ଥା ଅଧିକ ହ୍ରାସ ପାଇବ। ସେହିପରି ଜନସାଧାରଣ ଅଭିଯୋଗ କରୁଛନ୍ତି ଯେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଶୀଘ୍ର ବିଭାଗୀୟ ତଦନ୍ତ ଆରମ୍ଭ କରି ଭୀମଭୋଇ ମେଡିକାଲ କଲେଜକୁ ପୁଣିଥରେ ଜନସେବାର କେନ୍ଦ୍ରରେ ପରିଣତ କରିବା ପାଇଁ ଗୁରୁତର ପଦକ୍ଷେପ ନିଶ୍ଚିତ ଭାବେ ନେବେ ବୋଲି ବଲାଙ୍ଗିର ଜିଲ୍ଲାରେ ଚର୍ଚ୍ଚା ଜୋର୍ ଧରିଛି l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande