ଶିକ୍ଷା ବିଭାଗର ଅଜବ ନୀତି, ଗୋଟିଏ କ୍ଲଷ୍ଟରରେ ଦୁଇଜଣ ସିଆରସିସି, ମନୋଜ ସାହୁଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ
ଭଦ୍ରକ, ୧୯ ଅକ୍ଟୋବର (ହି.ସ.) - ବର୍ତମାନ ସମସ୍ତ ନିୟମ କାନୁନକୁ ଫୁ କରି ଉଡାଇ ଦେଉଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଶିକ୍ଷା ବିଭାଗ। ସ୍କୁଲ ସ୍ତରରେ ଶିକ୍ଷା ବ୍ୟବସ୍ଥା ବିଭାଗୀୟ ନିର୍ଦେଶନାମା ଅନୁଯାୟୀ କାର୍ଯ୍ୟ କରୁଛି କି ନାହିଁ ତାହାର ତଦାରଖ କରିବା ନିମନ୍ତେ ପ୍ରତ୍‌ଯକ ବ୍ଲକ ଶିକ୍ଷା ଅଧିକାରୀଙ୍କ
ଶିକ୍ଷା ବିଭାଗର ଅଜବ ନୀତି, ଗୋଟିଏ କ୍ଲଷ୍ଟରରେ ଦୁଇଜଣ ସିଆରସିସି, ମନୋଜ ସାହୁଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ


ଭଦ୍ରକ, ୧୯ ଅକ୍ଟୋବର (ହି.ସ.) - ବର୍ତମାନ ସମସ୍ତ ନିୟମ କାନୁନକୁ ଫୁ କରି ଉଡାଇ ଦେଉଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଶିକ୍ଷା ବିଭାଗ। ସ୍କୁଲ ସ୍ତରରେ ଶିକ୍ଷା ବ୍ୟବସ୍ଥା ବିଭାଗୀୟ ନିର୍ଦେଶନାମା ଅନୁଯାୟୀ କାର୍ଯ୍ୟ କରୁଛି କି ନାହିଁ ତାହାର ତଦାରଖ କରିବା ନିମନ୍ତେ ପ୍ରତ୍‌ଯକ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧିନରେ କେତୋଟି ଶିକ୍ଷା କ୍ଲଷ୍ଟର ରହିଛି। ଏହି କ୍ଲଷ୍ଟରର ପରିଚାଳନା ଦାୟୀତ୍ୱ ଜଣେ ଜଣେ ସିଆରସିସିଙ୍କୁ ଦିଆଯାଇ ଥାଏ। ଯେଉଁ ମାନେ କି ୫ବର୍ଷ ପାଇଁ ଏକ ବିଭାଗୀୟ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଏହି ଦାୟୀତ୍ୱରେ ରହନ୍ତି। ୫ବର୍ଷ ପୂରି ଗଲେ ପୁର୍ନବାର ନିଜ ପ୍ୟାରେଂଟ ସ୍କୁଲକୁ ଫେରି ଆସନ୍ତି। ବର୍ତମାନ ଚାନ୍ଦବାଲି ବ୍ଲକରେ ଥିବା ୫ଗୋଟି କ୍ଲଷ୍ଟରରେ ସିଆରସିସି କେହି ନଥିବା ବେଳେ ଅତିରିକ୍ତ ଦାୟୀତ୍ୱରେ ଅନ୍ୟ କ୍ଲଷ୍ଟର ସିଆରସିସି ମାନେ ରହିଛନ୍ତି। ଏପରି ସ୍ଥଳେ ବିଭାଗୀୟ ଅବହେଳା ଯୋଗୁଁ ନଳଗୋହୀରା ଶିକ୍ଷା କ୍ଲଷ୍ଟର ସିଆରସିସି ପଦ ପାଇଁ ଦୁଇ ଜଣ ଟଣାଓଟରା ହେବା ଦାଣ୍ଡରେ ପଡି ହାଟରେ ଗଡୁଛି। ପ୍ରକାଶ ଥାଉକି ମତୋ କ୍ଲଷ୍ଟରର ସିଆରସିସି ବୀର ନାରାୟଣ ଦାସଙ୍କୁ ନଳଗୋହୀରା କ୍ଲଷ୍ଟରର ଅତିରୀକ୍ତ ଦାୟୀତ୍ୱ ଦିଆଯାଇଥିଲା। ପରବର୍ତୀ ଅବସ୍ଥାରେ ଓରାସାହି ପଂଚାୟତର ପ୍ୟାରେଂଟ ସ୍କୁଲ ବେନ୍ତାଳପୁରରୁ ତେନ୍ତୁଲିଡିହୀ କ୍ଲଷ୍ଟରକୁ ସିଆରସିସି ଭାବେ ଉତୀର୍ଣ୍ଣ ହୋଇଥିବା ମନୋଜ ସାହୁଙ୍କ ଅନିୟମିତତା ବିରୋଧରେ ସମ୍ପ୍ରୁକ୍ତ କ୍ଲଷ୍ଟରରୁ ପ୍ରଧାନ ଶିକ୍ଷକ ଓ ଅବିଭାବକ ମାନଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ତଦନ୍ତ ରିପୋର୍ଟ ଧାର୍ଯ୍ୟ ପୂର୍ବରୁ ଶ୍ରୀ ସାହୁଙ୍କୁ ତାଙ୍କ ପ୍ୟାରେଂଟ ସ୍କୁଲକୁ ୨ମାସରୁ ଉର୍ଧ୍ୟ ସମୟ ଧରି ଫେରସ୍ତ କରି ନିଆଯାଇଥିଲା। କେଉଁ ପରିସ୍ଥିତି ରେ ନଳଗୋହିରା କ୍ଲଷ୍ଟରରେ ପୂର୍ବତନ ସିଆରସିସିଙ୍କ ଠାରୁ ଚାର୍ଜ ଟେକଓଭର କରାନଯାଇ କେମିତି ବ୍ଲକ ଶିକ୍ଷା ଧିକାରୀ ନୂତନ ସିଆରସିସି ଶ୍ରୀ ସାହୁଙ୍କୁ ଚାର୍ଜ ହେଣ୍ଡଓଭର କଲେ ଓ ବର୍ତମାନ ସେ ସିଆରସିସି ହିସାବରେ ସମସ୍ତ ଦାୟୀତ୍ୱ ତୁଲାଉଛନ୍ତି ତାହା ଶିକ୍ଷାବିତ ମହଲରେ ବିସ୍ମୟ ସୃଷ୍ଟି କରିଛି। କେଉଁ ସ୍ୱାର୍ଥରେ ମନମୁଖି ଭାବେ ବଇଓଙ୍କ ପ୍ରସ୍ଥାବକୁ ଡିଇଓ ଅନୁମୋଦନ କରିଛନ୍ତି ତାହା ବର୍ତମାନ ସ୍ଥାନୀୟ ବୁଦ୍ଧିଜିବୀ ମହଲକୁ ଚକିତ କରିଛି। ହୁଏତ ଉଚ୍ଚ ପଦସ୍ଥ ଅଧିକାରୀ ଦ୍ୱୟ ରାଜନୈତିକ ଚାପରେ ବଶବର୍ତୀ ହୋଇ ଏ ପ୍ରକାର କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ଶିକ୍ଷା ଅଧିକାର ଅଧିନିୟମ ଅନୁଯାୟୀ କୌଣଷି ପରିସ୍ଥିତିରେ ଯଦି କେହି ସିଆରସିସି ତାର ମୂଳ ପଦବୀକୁ ଦୁଇ ମାସ ଫେରି ଯାଆନ୍ତି ତେବେ ପୁନର୍ବାର ତାଙ୍କୁ ପୂର୍ବ ସିଆରସିସି ପଦବୀ ଦିଆଯାଇ ପାରିବ ନାହିଁ। ତୁରନ୍ତ ମନୋଜ ସାହୁ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଅଂଚଳ ବାସି ସମ୍ପୃକ୍ତ ସି ଆର ସି ସି ମନୋଜ ସାହୁ ଙ୍କୁ ସମ୍ପୃକ୍ତ ଅଂଚଳ କୁ ପୁରାଇଦେବେ ନି ବୋଲି ଚେତାବନୀ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande