ତୁଷୁରା ସଂକୁଳ ବିଦ୍ବତ ପରିଷଦ ଆନୁକୁଲ୍ୟରେ ତେନ୍ତୁଳି ଖୁଣ୍ଟି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶତାବ୍ଦୀର ପଞ୍ଚ ପରିବର୍ତ୍ତନ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ
ବଲାଙ୍ଗିର, 20 ଅକ୍ଟୋବର (ହି.ସ.) ଶିକ୍ଷା ବିକାଶ ସମିତି ଓଡିଶା, ତୁଷୁରା ସଂକୁଳ ବିଦ୍ବତ ପରିଷଦ ଆନୁକୁଲ୍ୟରେ ତେନ୍ତୁଳି ଖୁଣ୍ଟି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶତାବ୍ଦୀର ପଞ୍ଚ ପରିବର୍ତ୍ତନ ଶୀର୍ଷକ ଆଲୋଚନାଚକ୍ର ସଭାପତି ସୁଦାମ ଚରଣ ତ୍ରିପାଠୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି
ତୁଷୁରା ସଂକୁଳ ବିଦ୍ବତ ପରିଷଦ ଆନୁକୁଲ୍ୟରେ ତେନ୍ତୁଳି ଖୁଣ୍ଟି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶତାବ୍ଦୀର ପଞ୍ଚ ପରିବର୍ତ୍ତନ  ଶୀର୍ଷକ  ଆଲୋଚନାଚକ୍ର ଅନୁଷ୍ଠିତ*


ତୁଷୁରା ସଂକୁଳ ବିଦ୍ବତ ପରିଷଦ ଆନୁକୁଲ୍ୟରେ ତେନ୍ତୁଳି ଖୁଣ୍ଟି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶତାବ୍ଦୀର ପଞ୍ଚ ପରିବର୍ତ୍ତନ  ଶୀର୍ଷକ  ଆଲୋଚନାଚକ୍ର ଅନୁଷ୍ଠିତ*


ବଲାଙ୍ଗିର, 20 ଅକ୍ଟୋବର (ହି.ସ.)

ଶିକ୍ଷା ବିକାଶ ସମିତି ଓଡିଶା, ତୁଷୁରା ସଂକୁଳ ବିଦ୍ବତ ପରିଷଦ ଆନୁକୁଲ୍ୟରେ ତେନ୍ତୁଳି ଖୁଣ୍ଟି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶତାବ୍ଦୀର ପଞ୍ଚ ପରିବର୍ତ୍ତନ ଶୀର୍ଷକ ଆଲୋଚନାଚକ୍ର ସଭାପତି ସୁଦାମ ଚରଣ ତ୍ରିପାଠୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗୁଡଭେଲା ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନ ର ଟିଟିଲାଗଡ଼ ବିଧାୟକ ଙ୍କ ନୋମିନି ଅଶୋକ ଚନ୍ଦ୍ର ଦୋରା ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ସଂକୁଳ ବିଦ୍ବତ ପରିଷଦ ସଭାପତି ତଥା ବିଶିଷ୍ଟ ସାହିତ୍ୟିକ ଓ ସ୍ତମ୍ଭକାର ତୁଳସୀ ଜୈନ ଯୋଗ ଦେଇ *ବିବେକ ବିହୀନ ଐଶ୍ୱର୍ଯ୍ୟ ଓ ବିବେକ ବିହୀନ ଜ୍ଞାନ ଅତି ଭୟଙ୍କର* ବୋଲି କହିଥିଲେ । ସଂକୁଳ ପ୍ରମୁଖ ଗୁରୁ ଗୌରବ ଆଶୁକବି ଡ. ହେମନ୍ତ କୁମାର ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶତାବ୍ଦୀର ପଞ୍ଚ ପରିବର୍ତ୍ତନ ଉପରେ ବିଶଦ ଆଲୋଚନା କରିଥିଲେ। ସଂକୁଳ ସଂଯୋଜକ ତଥା ସଶିବିମ ତୋଷରାର ପ୍ରଧାନ ଆଚାର୍ଯ୍ୟ ସୁଶୀଳ କୁମାର ଦାସ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଥପିର ମନହିରା ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ଗୁରୁମା ଦେବନ୍ତୀ ଝାଙ୍କର ସଭା ସଞ୍ଚାଳନ କରିଥିଲେ ଓ ଗୁରୁଜୀ ତେମନ୍ତ ମନହିରା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସଂକୁଳ ଅଧୀନ ଗୁଡଭେଲା, ଦେଓଗାଁ ଓ ସଇଁନ୍ତଳା ବ୍ଲକ୍ ର ୮ଟି ବିଦ୍ୟାଳୟ ର ସମସ୍ତ ପ୍ରଧାନ ଗୁରୁଜୀ‌ ଓ ବିଦ୍ବତ ପରିଷଦ ସଦସ୍ୟ ସଦସ୍ୟା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା ଓ ମାତୃ ଭାରତୀ ସମସ୍ତ ସଦସ୍ୟା ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande