ବଲାଙ୍ଗିର, 20 ଅକ୍ଟୋବର (ହି.ସ.)
ଆଜି ବଲାଙ୍ଗିର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆଞ୍ଚଳିକ ସ୍ତରୀୟ କଳା ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି l ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ନାଗ ଯୋଗ ଦେଇ ଶିକ୍ଷା ସହିତ କଳା ର ନିହାତି ଆବଶ୍ୟକ ଯାହାକି ସରକାର ଙ୍କ ଏହା ଏକ ଅଭିନବ ପ୍ରାୟସ ବୋଲି ମତ ରଖିଥିଲେ l ସମ୍ମାନିତ ଅତିଥି ଭାବରେ ଏ ଡି ଇ ଓ ଶସୁଶ୍ରୀ ମିନା କୁମାରୀ ବେହେରା, ଏ ଡି ଇ ଓ ଶ୍ରୀମତୀ ସେବାଶ୍ରୀ ଭୋଇ, ବିଇଓ ନୀଳମଣି ପଟେଲ, ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର, ସମଗ୍ର ଶିକ୍ଷା ର ଆଇ ଡି କୋଡିନେଟର ପ୍ରଶାନ୍ତ ସରାଫ ଯୋଗ ଦେଇ କଳାକାର ଙ୍କୁ ଉତ୍ସାହିତ କରିବା ସହ ପୁରସ୍କୃତ କରିଥିଲେ l ଆଜି ବଲାଂଗୀର, ସୁବର୍ଣ୍ଣପୁର , ନୂଆପଡ଼ା, ବୌଦ୍ଧ, କଳାହାଣ୍ଡି ପ୍ରମୁଖ ପାଞ୍ଚ ଟି ଜିଲ୍ଲାର କଳା ଅନୁଷ୍ଠାନ ର ଶହ ଶହ କଳାକାର ଙ୍କ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିବା ବେଳେ ଏଠାରେ ମନୋନୀତ ହୋଇଥିବା କଳା ଅନୁଷ୍ଠାନ ଆସନ୍ତା ୨୨ ତାରିଖ ରେ ୬ ଟି ଜୋନ ର କଳାକାର ଙ୍କୁ ନେଇ ଆୟୋଜିତ ରାଜ୍ୟ ସ୍ତରୀୟ କଳା ଉତ୍ସବ ପ୍ରତିଯୋଗିତା ରେ ଭାଗ ନେବେ l ସମସ୍ତ କଳାକାର କଳା ଉତ୍ସବ ରେ ଯୋଗ ଦେଇ ସୁନ୍ଦର ନାଚ ଗୀତ ପରିବେଷଣ କରି ଥିଲେ l ଅଳକା ଦାଶ ଓ ରାମ ଗୋପାଳ ଖମାରୀ ଶର୍ମା ସଭା ସଂଯୋଜନା କରିଥିବା ବେଳେ ପ୍ରଶାନ୍ତ ସରାଫ ଓ ସରୋଜ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ l ସମଗ୍ର ଶିକ୍ଷା ଅଫିସ ର ସମସ୍ତ କର୍ମଚାରୀ ଓ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , କର୍ମଚାରୀ ସହଯୋଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ