କାଠ ପାଳିଆରେ ଆକ୍ରମଣ ମାମଲା, ଅଭିଯୁକ୍ତ ଗିରଫ
ଜୟପୁର, ୧୯ ଅକ୍ଟୋବର (ହି.ସ.) - କାଠ ପାଳିଆରେ ଆକ୍ରମଣ ମାମଲାରେ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ହାନାଗୁଡା ର ସାଗର ବାଘ (୨୮) । ସୂଚନା ଅନୁଯାଇ ହାନାଗୁଡାର ସାଗର ବାଘ ସହ ସିମନ ନାଗକୁ ମୋବାଇଲକୁ କେନ୍ଦ୍ର କରି ବଚସା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଅ
କାଠ ପାଳିଆରେ ଆକ୍ରମଣ ମାମଲା, ଅଭିଯୁକ୍ତ ଗିରଫ


ଜୟପୁର, ୧୯ ଅକ୍ଟୋବର (ହି.ସ.) - କାଠ ପାଳିଆରେ ଆକ୍ରମଣ ମାମଲାରେ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ହାନାଗୁଡା ର ସାଗର ବାଘ (୨୮) । ସୂଚନା ଅନୁଯାଇ ହାନାଗୁଡାର ସାଗର ବାଘ ସହ ସିମନ ନାଗକୁ ମୋବାଇଲକୁ କେନ୍ଦ୍ର କରି ବଚସା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଅଭିଯୁକ୍ତ ସାଗର ଏକ କାଠ ଫାଳିଆରେ ସିମନର ମୁଣ୍ଡରେ ଆକ୍ରମଣ କରିଥିଲେ । ଆକ୍ରମଣ ରେ ମିମନର ମୁଣ୍ଡ ଫାଟି ଯାଇଥିବା ନେଇ ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତି କରି ଟାଉନ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ରେ ଜାଣି ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଟାଉନ ପୋଲିସ ତରଫରୁ ସୁଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande