ରାତିରେ ଦୁଇଟି ଦୋକାନରୁ ସଟର ଭାଙ୍ଗି ରୁପା ଓ ଟଙ୍କା ଚୋରି
ରାତିରେ ଦୁଇଟି ଦୋକାନରୁ ସଟର ଭାଙ୍ଗି ରୁପା ଓ ଟଙ୍କା ଚୋରୀ
ରାତିରେ ଦୁଇଟି ଦୋକାନରୁ ସଟର ଭାଙ୍ଗି ରୁପା ଓ ଟଙ୍କା ଚୋରି


ବାରିପଦା, ୧୯ ଅକ୍ଟୋବର (ହି.ସ.)- ବାରିପଦା ସହରରେ କିଛି ଦିନର ବ୍ୟବଧାନ ପରେ ପୁଣି ଚୋରି ଘଟଣା ଘଟିଛି। ରାତିରେ ଦୁଇଟି ଦୋକାନରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ସୁନାମୁହିଁ ଅଞ୍ଚଳର ଦିଲ୍ଲୀପ କୁମାର ବେହେରା ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କର ଷ୍ଟେସନ ବଜାରରେ ଦୁଇଟି ଦୋକାନ ରହିଛି। ସେ ପ୍ରତିଦିନ ଭଳି ରାତିରେ ଦୋକାନ ବନ୍ଦ କରିଥିଲେ। ରାତିରେ ଜନଶୂନ୍ୟ ଥିବା ବେଳେ ଏହାର ସୁଯୋଗ ନେଇ ଚୋରି ହୋଇଛି । ଦୋକାନ ସଟର ତାଲା ଭାଙ୍ଗି ୬୦,୦୦୦ ଟଙ୍କା ଓ ୩ କିଲୋ ଗ୍ରାମର ରୁପା ଚୋରି କରିଛନ୍ତି। ଯାହାକି ତାଙ୍କୁ ଦୀପାବଳି ପାଇଁ ଉପହାରରେ ମିଳିଥିଲା। ସକାଳୁ ଦୋକାନ ଖୋଲିବା ବେଳକୁ ସେ ଚୋରି ନେଇ ଜାଣିବାକୁ ପାଇଥିଲେ। ଚୋରି ବାବଦରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଜାରି ରଖିଛି ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande