ମାଟି ଦୀପ ତିଆରି କଲେ ଛାତ୍ରଛାତ୍ରୀ
ଜୟପୁର, ୧୯ ଅକ୍ଟୋବର (ହି.ସ.)- ଦୀପାବଳି ପାଳନ ଅବସରରେ ସିଟି ଉଚ୍ଚ ବିଦ୍ୟାଳୟର ଜୟପୁର ଇକୋ କ୍ଲବ ର ଛାତ୍ରଛାତ୍ରୀ ମାନେ ମାଟି ଦୀପ ତିଆରି କରି ପରିବେଶ ସଚେତନତାର ବାର୍ତ୍ତା ଦେଇଛନ୍ତି। ଶବ୍ଦ ପ୍ରଦୂଷଣ ଓ ବାୟୁ ପ୍ରଦୂଷଣ ନକରି ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ନିଜ ଘରେ ମାଟି ଦୀପ ଜାଳି ଆଲୋକର ପର୍ବ ଦୀ
ମାଟି ଦୀପ ତିଆରି କଲେ ଛାତ୍ର ଛାତ୍ରୀ


ଜୟପୁର, ୧୯ ଅକ୍ଟୋବର (ହି.ସ.)- ଦୀପାବଳି ପାଳନ ଅବସରରେ ସିଟି ଉଚ୍ଚ ବିଦ୍ୟାଳୟର ଜୟପୁର ଇକୋ କ୍ଲବ ର ଛାତ୍ରଛାତ୍ରୀ ମାନେ ମାଟି ଦୀପ ତିଆରି କରି ପରିବେଶ ସଚେତନତାର ବାର୍ତ୍ତା ଦେଇଛନ୍ତି। ଶବ୍ଦ ପ୍ରଦୂଷଣ ଓ ବାୟୁ ପ୍ରଦୂଷଣ ନକରି ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ନିଜ ଘରେ ମାଟି ଦୀପ ଜାଳି ଆଲୋକର ପର୍ବ ଦୀପାବଳି ପାଳନ କରିବା ପାଇଁ ଶପଥ ନେଇଥିଲେ। ସ୍ଥାନୀୟ ମୂର୍ତ୍ତୀକାର ଗୋପ ସୁନ୍ଦର ପାଣିଗ୍ରାହୀ ଓ ବିଦ୍ୟାଳୟର ସୁରକ୍ଷା କର୍ମୀ ସୁନିଲ ଭତ୍ରା ଛାତ୍ରଛାତ୍ରୀ ଓ ଅନ୍ୟ କର୍ମଚାରୀ ମନଙ୍କୁ ଦୀପ ତିଆରି କରିବା କଳା ଶିଖାଇ ଥିଲେ।

ଏହି କାର୍ଯ୍ୟକ୍ରମ ଇକୋ କ୍ଲବ ଶିକ୍ଷକ ପ୍ରତାପ ପଟ୍ଟନାୟକ ଓ ସିଟି ଇଂଲିଶ ମିଡିଅମ ସ୍କୁଲ ର ପ୍ରାଚାର୍ଯ୍ୟ ସୁଧାକର ପଟ୍ଟନାୟକଙ୍କ ଦ୍ଵାରା ଆୟୋଜନ କରାଯାଇଥିଲା। ଏଥିରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande