ଭଦ୍ରକ, ୧୯ ଅକ୍ଟୋବର (ହି.ସ.) - ଆଜି ରବିବାର ଅପରାହ୍ନ ୫ଘଟିକା ରେ ଭଦ୍ରକ ବ୍ଲକ ଚୁନିଦାସ୍ଥିତ ଯାଦବ ଭବନ ଠାରେ ଯାଦବ ନେତା ଗୋଲକ ବାରିକ ଙ୍କର ବିୟୋଗରେ ସ୍ମୁତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ବାରିକ ଙ୍କ ସଭାପତତ୍ୱରେ ପ୍ରାକ୍ତନ ସମିତି ସଭ୍ୟ ନିତ୍ୟାନନ୍ଦ ବେହେରା,ବରିଷ୍ଠ ନାଗରିକ ସନାତନ ମହାକୁଡ଼, ବୀରେନ୍ଦ୍ର ପରିଡା, ଶିକ୍ଷାବିତ ବାଦଲ ଦାସ, ପୁଅ ସରୋଜ କୁମାର ବାରିକ, ଦେବେନ୍ଦ୍ର ବାରିକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଗୋଲକ ବାରିକ ଜଣେ ପରୋପକାରୀ, ମେଳାପୀ, ଦରଦୀ ବ୍ୟକ୍ତି ଥିଲେ ବୋଲି କହିଥିଲେ । ସେ ଯାଦବ ସଂଗଠନ ପାଇଁ ସଦା ସର୍ବଦା ଉଦ୍ୟମ କରୁଥିଲେ ବୋଲି ବକ୍ତା ମାନେ କହିଥିଲେ । ପ୍ରାରମ୍ଭ ରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା କ୍ଷଯାଦବ ମହାସଭାର ଆବାହକ କୃଷ୍ଣଚନ୍ଦ୍ର ବେହେରା ସମସ୍ତ ଙ୍କୁ କୃତଜ୍ଞତା ଜଣାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ