ମୁଖ୍ୟମନ୍ତ୍ରୀଙ୍କ ଗସ୍ତଦିନ ଟ୍ରେନ୍‌ରୁ ଟଙ୍କା ଜବତ ହେଲା; କଂଗ୍ରେସ ମୁଣ୍ଡରେ ଅଠା ବୋଳିବାର ହୀନ ଚକ୍ରାନ୍ତରେ ମାତିଛି ବିଜେପି: କଂଗ୍ରେସ
ନରେଶ ଓ ବିଜେପି ସାଂସଦ ସୁଜିତଙ୍କ ସମ୍ପର୍କ କ’ଣ ସ୍ପଷ୍ଟ ହେଉ ୪ ଜଣ ଯାକ ବ୍ୟକ୍ତିଙ୍କ ମୂଳ ଯାଂଚ ହେଉ; ସତ୍ୟ ପଦାକୁ ଆସିବ ମିଛ ଖବର ପ୍ରସାର କରୁଥିବା ଓ୍ବେବ୍‌-ପୋର୍ଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ଭୁବନେଶ୍ୱର 19 ଅକ୍ଟୋବର (ହି.ସ.) :- ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ଦଳର ବିଜୟ ସମ
ମୁଖ୍ୟମନ୍ତ୍ରୀଙ୍କ ଗସ୍ତଦିନ ଟ୍ରେନ୍‌ରୁ ଟଙ୍କା ଜବତ ହେଲା; କଂଗ୍ରେସ ମୁଣ୍ଡରେ ଅଠା ବୋଳିବାର ହୀନ ଚକ୍ରାନ୍ତରେ ମାତିଛି ବିଜେପି: କଂଗ୍ରେସ


ନରେଶ ଓ ବିଜେପି ସାଂସଦ ସୁଜିତଙ୍କ ସମ୍ପର୍କ କ’ଣ ସ୍ପଷ୍ଟ ହେଉ

୪ ଜଣ ଯାକ ବ୍ୟକ୍ତିଙ୍କ ମୂଳ ଯାଂଚ ହେଉ; ସତ୍ୟ ପଦାକୁ ଆସିବ

ମିଛ ଖବର ପ୍ରସାର କରୁଥିବା ଓ୍ବେବ୍‌-ପୋର୍ଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ

ଭୁବନେଶ୍ୱର 19 ଅକ୍ଟୋବର (ହି.ସ.) :- ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ଦଳର ବିଜୟ ସମ୍ଭାବନା ଉଜ୍ଜଳ ଜାଣି ଦଳକୁ ବଦନାମ କରିବାକୁ ବିଜେପି ହୀନ ଉଦ୍ୟମ ଆରମ୍ଭ କରିଦେଇଛି। ଗତକାଲି ଟିଟିଲାଗଡ଼ ଆରପିଏଫ ପୋଲିସ ୯୦ ଲକ୍ଷ ଟଙ୍କା ଧରିଥିବା ସୂଚନା ଦେଲା। କେସିଙ୍ଗା ଟିଟଲାଗଡ ରେଲୱେ ଷ୍ଟେସନ ମଧ୍ୟରେ ଦୁଇଜଣଙ୍କୁ ଦୁଇଦିନରେ ଧରିଲା ଆରପିଏଫ। ସେମାନଙ୍କ ଠାରୁ ୭୦ ଲକ୍ଷ ଟଙ୍କା ଜବତ ଥିବା ପୋଲିସ ପକ୍ଷରୁ ସୂଚନା ଦିଆଗଲା। ଏହି ଜବତ ହୋଇଥିବା ୯୦ ଲକ୍ଷ ଟଙ୍କାକୁ ଏକ ନିର୍ଦ୍ଦିଷ୍ଟ ୱେବ୍ ପୋର୍ଟାଲ ବିନା କୌଣସି ତଥ୍ୟପ୍ରମାଣରେ ଯେଭଳି କଂଗ୍ରେସ ଦଳ ଏବଂ ଏହାର ସଭାପତିଙ୍କୁ ସଂପୃକ୍ତ ଥିବା ଦର୍ଶାଇ ଚିତ୍ରଣ କରୁଛି ତାହାକୁ ଆମ ଦଳ ଦୃଢ଼ ନିନ୍ଦା କରୁଛି ବୋଲି ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ସୋନାଲି ସାହୁ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଉକ୍ତ ୯୦ ଲକ୍ଷ ଟଙ୍କା ନେଇ ଜଣେ ବିହାରର ଉମେଶ ପ୍ରସାଦ ହୋଇଥିବା ବେଳେ ଆଉ ଜଣେ ଝାରଖଣ୍ଡର ପ୍ରଭାତ କୁମାର ସାହୁ ବୋଲି ପୋଲିସ ସୂତ୍ରରୁ ପ୍ରକାଶ। କିନ୍ତୁ ସାଧାରଣରେ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବୋଲି ଚର୍ଚ୍ଚା ହେଉଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଏତେ ଗୁଡିଏ ତାଙ୍କ କିଏ କାହିଁକି କାହା ଉଦ୍ଦେଶ୍ୟରେ ପଠାଉଥିଲା? ବିହାରରେ କାହା ସରକାର ଚାଲିଛି? ସେମାନେ କେଉଁ ଦଳର କର୍ମୀ ଏପର୍ଯ୍ୟନ୍ତ ପୋଲିସ କୌଣସି ସ୍ପଷ୍ଟୀକରଣ ଦେଇନାହିଁ। କିମ୍ବା ରାଜ୍ୟ ନିର୍ବାଚନ କମିଶନଙ୍କ ଠାରୁ ମଧ୍ୟ କୌଣସି ସୂଚନା ଦିଆଯାଇ ନାହିଁ। ପୁଣି ସେହି ରାସ୍ତାରେ ଅନ୍ୟ ଏକ ସାପ୍ତାହିକ ଟ୍ରେନ ରୁ କଳାହାଣ୍ଡିର ନରେଶ ଅଗ୍ରୱାଲ ଏବଂ ତାଙ୍କ ପୁତ୍ର ନିଖିଲ ଅଗ୍ରୱାଲଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଜବତ କରି ଉପଯୁକ୍ତ ତଥ୍ୟ ଆଧାର ପ୍ରମାଣରେ ପୋଲିସ ଉକ୍ତ ୨୦ ଲକ୍ଷ ଟଙ୍କାକୁ ଫେରସ୍ତ କରିଛି ବୋଲି କହୁଛି। କିନ୍ତୁ ପ୍ରଶ୍ନ ଉଠୁଛି, ନରେଶ କାହାର ସମ୍ପର୍କୀୟ? ସେ ବିଜେପି ସାଂସଦ ସୁଜିତ କୁମାରଙ୍କର କ’ଣ ହୁଅନ୍ତି, ଏହା କାହିଁକି ଉକ୍ତ ପୋର୍ଟାଲ୍ କହୁନାହିଁ? ଏହି ଦୁଇ ଘଟଣାର ଜବତ ଟଙ୍କାକୁ ଯୋଡ଼ି ବିଜେପି ଓଲଟା ଏକ ନିର୍ଦ୍ଦିଷ୍ଟ ୱେବ୍ ପୋଟାଲକୁ ଆୟୁଧ କରି ବିରୋଧୀଦଳ କଂଗ୍ରେସ ବିରୁଦ୍ଧରେ ଅପପ୍ରଚାର ଚଳାଇଛି। ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତଦିନ ଟଙ୍କା ଜବତ ହୋଇଥିବା ବେଳେ ଉପନିର୍ବାଚନରେ ବ୍ୟବହାର କରିବା ପାଇଁ କଂଗ୍ରେସ ଉକ୍ତ ଟଙ୍କା ବାଣ୍ଟିଥାନ୍ତା ବୋଲି କପୋଳକଳ୍ପିତ କଥା କହୁଛି ଉକ୍ତ ଓ୍ବେବ୍ ଜାନେଲ। ସାଧାରଣ ଜନତା ଜାଣିଛନ୍ତି କି ବିଗତ ୨୫ ବର୍ଷ ଧରି ନିର୍ବାଚନରେ ବିଜେଡି-ବିଜେପି କିଭଳି ଟଙ୍କା ପାଣି ଭଳି ବୁହାଉଥିଲେ। ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ବିଜେଡି, ବିଜେପି କେତେ ଟଙ୍କା ଚାନ୍ଦା ଆଦାୟ କରିଛନ୍ତି ଏବଂ କଂଗ୍ରେସ କେତେ ପାଇଛି ? ସେଥିରୁ ଜଣାପଡୁଛି କାହା ପାଖରେ କେତେ ଅର୍ଥ ଅଛି। ଅନ୍ୟପଟେ ଧରାପଡ଼ିଥିବା ଉକ୍ତ ଚାରିଜଣ ବ୍ୟକ୍ତିଙ୍କୁ ଜେରା କରି ପୋଲିସ କାହିଁକି ତଥ୍ୟ ପ୍ରକାଶ କରୁନାହିଁ ? ଏ ପର୍ଯ୍ୟନ୍ତ ପୋଲିସ ଅନୁସନ୍ଧାନ କରିନାହିଁ କିମ୍ବା ନିର୍ବାଚନ କମିଶନ କୌଣସି ତଥ୍ୟ ପ୍ରକାଶ ନ କରିବା ସତ୍ତ୍ବେ କିଛି କଂଗ୍ରେସ ଉପରେ ମିଥ୍ୟା ଆରୋପ କରୁଛନ୍ତି । ନୂଆପଡାରେ କଂଗ୍ରେସ ଜିତୁଛି ବୋଲି ଭୟରେ କଂଗ୍ରେସକୁ ବଦନାମ କରିବା ପାଇଁ ଏହା ସରକାରୀ ଦଳ ବିଜେପିର ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ପ୍ରମାଣିତ ହେଉଛି। ଛତିଶଗଡ଼ରେ ଏବଂ ବିହାରରେ କାହାର ସରକାର ଅଛି ? ଟ୍ରେନ କେଉଁଠିକୁ ଯାଉଥିଲା ? ଯାତ୍ରୀ କିଏ ଥିଲେ ? ଏତେ ଟଙ୍କା କେଉଁ ଉଦ୍ଦେଶ୍ୟରେ ଆସୁଥିଲା ? ଯଦି ବିଜେପିର ଦମ୍ ଅଛି ତେବେ ଏହାକୁ ଭିତ୍ତିକରି ନିର୍ବାଚନ କମିଶନ ପାଖରେ ଫେରାଇ କରୁନି କାହିଁକି ? ବୋଲି ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି ସେ । କଂଗ୍ରେସ ହେଉଛି ତ୍ୟାଗ ଓ ବଳିଦାନର ଦଳ ଏବଂ ପିସିସି ସଭାପତି ଶ୍ରୀ ଦାସ ଓ ନୂଆପଡ଼ା ପ୍ରାର୍ଥୀ ଘାସିରାମ ଉଭୟ ଦଳିତ ପରିବାରରୁ ଆସି ସଂଘର୍ଷ କରି ସାଧାରଣ ଜନତାଙ୍କ ପାଇଁ ଲଢି ଆସୁଛନ୍ତି ସେମାନଙ୍କ ବିରୁଦ୍ଧରେ ଅପପ୍ରଚାର ବିଜେପିର ସାମନ୍ତବାଦୀ ମନୋଭାବକୁ ଦର୍ଶାଉଛି। ସତ୍ୟ ହେଉଛି ଜବତ ହୋଇଥିବା ଟଙ୍କା ବିଜେପିର ଏବଂ ଧରା ପଡ଼ିଥିବା ବ୍ୟକ୍ତି ନରେଶ ଅଗ୍ରୱାଲଙ୍କ ସହିତ ବିଜେପି ସାଂସଦ ସୁଜିତ୍ କୁମାରଙ୍କ ସହିତ ସମ୍ପର୍କ ଅଛି। ଉକ୍ତ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ନିର୍ବାଚନୀ ଗସ୍ତ ଉଦ୍ଦେଶ୍ୟରେ ବ୍ୟବହାର ହେବାର ଥିଲା। ବିଜେପି ଯେଭଳି ହିନ ଏବଂ କୁସ୍ଚିତ ରାଜନୀତି କରି କଂଗ୍ରେସକୁ ବଦନାମ କରିବା ପାଇଁ ଚେଷ୍ଟା କରୁଛି ସେଥିରୁ କ୍ଷାନ୍ତ ରୁହନ୍ତୁ ନଚେତ୍ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ସେ ଚେତାବନୀ ଦେଇଛନ୍ତି।

ଅନ୍ୟତମ ପ୍ରବକ୍ତା ମଧୁସ୍ମିତା ଆଚାର୍ଯ୍ୟ କହିଲେ ଯେ ପିସିସି ସଭାପତି ଶ୍ରୀ ଦାସ ଜଣେ ବିପ୍ଳବୀ ନେତା ଏବଂ ବିଧାୟକ ପ୍ରାର୍ଥୀ ଶ୍ରୀ ମାଝୀ ଜଣେ ଲୋକପ୍ରିୟ ନେତା ହିସାବରେ ଖ୍ୟାତ ଓ ନୂଆପଡାରେ କଂଗ୍ରେସ ର ବୃଦ୍ଧି ପାଉଥିବା ବିପୁଳ ଜନସମର୍ଥନ ରେ ଉଭୟ ବିଜେଡି ଓ ବିଜେପି ବିଚଳିତ ହୋଇ ପଡ଼ି ଏହି ପରି ମିଥ୍ୟା ଆରୋପ ଲଗାଇ କଂଗ୍ରେସକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ଯାହା କେବେ ବି ସଫଳ ହେବନାହିଁ ବୋଲି ସେ କହିଛନ୍ତି। ମିଛ ଖବର ପ୍ରସାର କରୁଥିବା ଓ୍ବେବ୍‌-ପୋର୍ଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ ଦାବି କରିଛନ୍ତି। ଉକ୍ତ ସାମ୍ବାଦିକ ସମ୍ମୀଳନୀରେ ଅନ୍ୟତମ ପ୍ରବକ୍ତା ଝୁନା ପଟ୍ଟନାୟକ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande