ଗଞ୍ଜାମ, ୨୦ ଅକ୍ଟୋବର (ହି.ସ.)- ଗତକାଲି ବିଳମ୍ବିତ ରାତିରେ ଖଲିକୋଟ କଇଁଠଡା ଗ୍ରାମରେ ପିଣ୍ଟୁ ପଲେଇ ନାମକ ଜଣେ ଯୁବକ ବାଣ ଭିଡୁଥିଵା ବେଳେ ବାଣ ବିସ୍ଫୋରଣ ଘଟି ଯୁବକର ହାତଗୋଡ଼ ଛିଡିଯିବା ସହ ଘରର ଛାତ ମଧ୍ୟ ଉଡିଯାଇଛି। ଗୁରୁତର ଆହତଙ୍କୁ ଚିକିତ୍ସା ନିମନ୍ତେ ଖଲିକୋଟ ଡାକ୍ତରଖାନାକୁ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖଲିକୋଟ ପୁଲିସ ଘଟଣାର ତଦନ୍ତ କରୁଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ