ପୁରୀ, ୨୦ ଅକ୍ଟୋବର (ହି.ସ.)- ପବିତ୍ର କାର୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଆଜି ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ନିକଟରେ ପୟାଶ୍ରାଦ୍ଧ ଓ ବଡ଼ବଡ଼ୁଆ ଡାକିଛନ୍ତି । ବ୍ରାହ୍ମଣମାନଙ୍କ ଦ୍ୱାରା ଶ୍ରୀମନ୍ଦିର ଉତରଦ୍ୱାରରେ ଶ୍ରୀଜଗନ୍ନାଥଙ୍କୁ ସାକ୍ଷୀ ରଖି ପୟାଶ୍ରାଦ୍ଧ ଓ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ । ପୂର୍ବଜଙ୍କ ମୋକ୍ଷପ୍ରାପ୍ତି ଓ ପରିବାର ପାଇଁ ଆର୍ଶିବାଦ କାମନା କରିଛନ୍ତି । ଏହାପରେ ସିଂହଦ୍ୱାର ଏମାର ମଠ ଚକଡ଼ାରେ କାଉଁରିଆ କାଠି ଜାଳି ବଡବଡୁଆ ଡାକିଛନ୍ତି । ଏଥିଯୋଗୁଁ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରେ ଗହଳି ଲାଗି ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ