ଗଞାମ, ୨୦ ଅକ୍ଟୋବର (ହି.ସ.)- ଵ୍ରହ୍ମପୁରର ବିଜେପି ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ସହ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତା ତଥା ପୂର୍ବତନ କର୍ପୋରେଟର ଓ ଜଣେ ଛାତ୍ର ନେତାଙ୍କ ପରୋକ୍ଷ କିମ୍ବା ପ୍ରତ୍ଯକ୍ଷ ହାତ ରହିଛି ବୋଲି ସୂଚନା ମିଳିଛି। ଦୀର୍ଘ ଚାରି- ପାଞ୍ଚ ଦିନହେଲା ଏହି ଦୁହିଁଙ୍କୁ ପୁଲିସ ଅଟକ ରଖି ଲଗାତର ଜେରା କରୁଛି। ଏହା ବ୍ୟତିତ ଆହୁରି ଆଠ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଖୁବ୍ ଶୀଘ୍ର ପୁଲିସ ହତ୍ୟା ରହସ୍ୟ ଉନ୍ମୋଚନ କରିଵ ବୋଲି ସୂଚନା ମିଳିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ