ଭୁବନେଶ୍ୱର , ୨୦ ଅକ୍ଟୋବର (ହି.ସ.) - ନୂଆପଡାରେ ଜିତିବା ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଦୃଢୋକ୍ତି. ପ୍ରକାଶ କରିଛନ୍ତି। ସେ କହିଛନ୍ତି ନୂଆପଡାରେ ବିଜେପି ହିଁ ବାଜିମାତ କରିବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡ଼ା ଉପନିର୍ବାଚନକୁ ପ୍ରଚାର ପାଇଁ ଯିବେ। ଅନ୍ୟ ମନ୍ତ୍ରୀ ମାନେ ମଧ୍ୟ ପ୍ରଚାର କରିବା ପାଇଁ ଯିବେ। ଆମର ଭାଲ ପ୍ରାର୍ଥୀ ରହିଛି। ନୂଆପଡାରେ ବିଜେପିର ନେଟୱର୍କ ଭଲ ରହିଛି। ଲୋକ ସମର୍ଥନ ବିଜେପି ପ୍ରତି ରହିଛି। ବୁଥ ସ୍ତରର ଆମର ସ୍ୱତନ୍ତ୍ର ରଣନୀତି କରାଯାଇଛି। ନୂଆପଡ଼ା ପାଇଁ ଯେଉଁମାନେ ବିଜେପିର ରଣନୀତିକୁ ମନିଟରିଙ୍ଗ କରୁଛନ୍ତି। ସେମାନେ ସବୁ ଦିଗକୁ ନଜରରେ ରହିଛନ୍ତି। ନବୀନ ପଟ୍ଟନାୟକ ନୂଆପଡ଼ାରେ ପ୍ରଚାର କରିବା ନେଇ କହିଛନ୍ତି କାହାର ପ୍ରଭାବ ପଡିବ କାହାର ପ୍ରଭାବ ନ ପଡ଼ିବ ତାହା ଭିନ୍ନ କଥା।ସେମିତି ଦେଖିବା ପାଇଁ ଗଲେ ଛୋଟ ନେତାର ବି ପ୍ରଭାବ ପଡ଼ିବ ସେଥିରେ କିଛି ଅସୁବିଧା ନାହିଁ। କିନ୍ତୁ ଆମେ ନିଶ୍ଚିତ ଭାବେ ଜିତିବୁ। ନିର୍ବାଚନର ଫଳାଫଳକୁ ଅପେକ୍ଷା କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା