ଭୁବନେଶ୍ୱର , ୨୦ ଅକ୍ଟୋବର (ହି.ସ.) - ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ସୋମବାର ଦିନ ନାମାଙ୍କନ ଦାଖଲ କରିଛନ୍ତି। ନିଜର ଦଳୀୟ କର୍ମୀ ଓ ସମର୍ଥକ ମାନଙ୍କ ଗହଣରେ ପ୍ରାର୍ôଥପତ୍ର ଦାଖଲ କରିଛନ୍ତି ସ୍ନେହାଙ୍ଗିନୀ। ତାଙ୍କ ସହ ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି, ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଲ୍ଲା ମଲ୍ଲିକ, ଟୁକୁନି ସାହୁ, ବିଧାୟକ ଅଧିରାଜ ପାଣିଗ୍ରାହୀ, ଲେଖାଶ୍ରୀ ସାମନ୍ତସିଂହାର, ବର୍ଷା ସିଂ ବରିହା ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କୁ ନାମାଙ୍କନ ବେଳେ ଦେଖିବାକୁ ମିଳିନଥିଲା।
ସୂଚନାଯୋଗ୍ୟ ଗତ ୧୮ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଉଭୟ ବିଜେପି ଓ କଂଗ୍ରେସ। ବିଜେପିରୁ ଜୟ ଢୋଲକିଆ ଏବଂ କଂଗ୍ରେସରୁ ଘାସିରାମ ମାଝୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଆଜି ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ଏହାପରେ ଉପନିର୍ବାଚନ ପାଇଁ ଜମିବ ପ୍ରଚାର। ନଭେମ୍ବର ୧୧ ତାରିଖରେ ଉପ ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା