କ୍ରିକେଟ ଆସୋସିଏଅସନ ସଭାପତି ବିଜୟ ଜେନାଙ୍କ ପରଲୋକ
ଭଦ୍ରକ, ୭ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ଆଜି ଆଉ ଜଣେ ମୁରବି ଙ୍କୁ ଆଜି ହରାଇଲା। ବିଜୟ କୁମାର ଜେନା (୭୦)ବୟସ ରେ ହୃଦଘାତ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ଭଦ୍ରକ ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି, ସିମୁଳିଆ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ,ଭଦ୍ରକ କ୍ରୀଡା ଆସୋସିଏସନର ଉପଦେଷ୍ଟା
BIJAY JENA NKA DEHANTA


ଭଦ୍ରକ, ୭ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ଆଜି ଆଉ ଜଣେ ମୁରବି ଙ୍କୁ ଆଜି ହରାଇଲା। ବିଜୟ କୁମାର ଜେନା (୭୦)ବୟସ ରେ ହୃଦଘାତ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ଭଦ୍ରକ ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି, ସିମୁଳିଆ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ,ଭଦ୍ରକ କ୍ରୀଡା ଆସୋସିଏସନର ଉପଦେଷ୍ଟା, ଚରମ୍ପା ୟୁନାଇଟେଡ଼ କ୍ଳବର ପୂର୍ବତନ ସମ୍ପାଦକ, ଆଇନଜୀବୀ ତଥା ଜଣେ ସମାଜସେବୀ ଭାବେ ଜଣାଶୁଣ ବିଜୟ କୁମାର ଜେନା ରାମଚନ୍ଦ୍ର ବିହାରି ଲାଲ ହାଇସ୍କୁଲରୁ ପାଠ ପଢା ଆରମ୍ଭ କରିଥିବା ଶ୍ରୀ ଜେନା ଭଦ୍ରକ ମହାବିଦ୍ୟାଳୟ, ପରେ ବାଣୀବିହାରରୁ ଇତିହାସ ରେ ସ୍ନାତକୋତର ପଢା ସରିବା ପରେ ଚରମ୍ପା ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଯୋଗ ଦେଇ ଥିଲେ। ପରେ ବିରଂଚି ନାରାୟଣ ମାଧବାନନ୍ଦ ମହାବିଦ୍ୟାଳୟ ତିହିଡି ଓ ଶେଷରେ ସିମୁଳିଆ ମହାବିଦ୍ୟାଳୟରୁ ୨୦୧୬ରେ ଅବସର ନେଇଥିଲେ। ଅବସର ପରେ ୨୦୧୮ରେ ଭଦ୍ରକ ବାର ଆସୋସିଏସନର ସଦସ୍ୟତା ଗ୍ରହଣ କରିଥିଲେ। ଓଡିଶା ଟାଇକୋଣ୍ଡୋ ଆସୋସିଏସନରକାର୍ଯ୍ୟକାରୀ ସଭାପତି ଥିବା ବେଳେ ଗତ ଦୁଇମାସ ତଳେ ହୋଇ ଥିବା ଭଦ୍ରକ ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ଭାବେ ମନୋନୀତ ହୋଇ ଥିଲେ। ଭଦ୍ରକର ଅନେକ ସଂସ୍କୃତିକ ଅନୁଷ୍ଠାନ ସହ ଜଡିତ, ପରୋପକାରୀ ମଣିଷ ଶ୍ରୀ ଜେନା ଆଜି ସକାଳେ ନିଜ ଫାର୍ମ ହାଉସକୁ ବୁଲିବାକୁ ଯାଇଥିବା ବେଳେ ସେଠାରେ ଆସୁସ୍ତ ଅନୁଭବ କରିବାରୁ ତାଙ୍କ ସମ୍ପର୍କୀୟ ଭଦ୍ରକ ଡାକ୍ତରଖାନା ନେଇ ଯାଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ଓଡିଶା କ୍ରିକେଟ ଆସୋସିଏସନ ର ପୂର୍ବତନ ସଭାପତି ଧୀରେନ ପଲ୍ଲାଇ, ପୂର୍ବତନ ବିଧାୟକ ନରେନ ପଲ୍ଲାଇ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ, ଭଣ୍ଡାରୀପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ଭଦ୍ରକ ପୌରପାଳିକାର ଅଧକ୍ଷ ଗୁଲମକ୍କୀ ହବିବ, ସମାଜ ସେବୀ କିଶୋର ମହାପାତ୍ର, କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, କାଉନସିଲର ଦିଲ୍ଲୀପ ନାୟକ, ପୂର୍ବତନ କାଉନସିଲର ଅତିଶ ବେହେରା, ପ୍ରବୀର ଜେନା, ପ୍ରଦୀପ ବାରିକ, ପବନ ଶର୍ମା,ଏରେଇର ପୂର୍ବତନ ସରପଂଚ ରତ୍ନାକର ସାମଲ, ରୋଟାରୀୟାନ ଶିଶିର ମିଶ୍ର, ୟୁ ନାଇଟେଡ଼ କ୍ଳବ ସଭାପତି ବିଶାଲ ଲାଖାନୀ, ସମାଜ ସେବୀ ବିଦ୍ୟାଧର ବାରିକ, ଭଦ୍ରକ କ୍ରିକେଟ ଆସୋସିଏସନର ପୂର୍ବତନ ସଭାପତି ଉପେନ୍ଦ୍ର ବାରିକ, କୋଷାଧକ୍ଷ ବ୍ୟୋମକେଶ ସେନାପତି ଆଦି ତାଙ୍କ ଚରମ୍ପା ପଥରଆଡିସ୍ଥିତ ବାସଭବନରେ ପହଁଚି ଶେଷ ଦର୍ଶନ କରିଥିଲେ। ମୃତ୍ୟୁ ଶଯ୍ୟା ପାଖରେ ପତ୍ନୀ, ପୁତ୍ର ଅନୁରାଗ, ଅନୁପମ, ଭାଇ ଡାକ୍ତର ସନ୍ତୋଷ ଜେନା, ଅଧ୍ୟାପକ ଚନ୍ଦନ ଜେନା ଉପସ୍ଥିତ ଥିଲେ। ଅପରାହ୍ନରେ ଏକ ବିରାଟ ପାଟୁଆଁରରେ ତାଙ୍କୁ ହ୍ୟାପିହୋମ ସ୍କୁଲ, ୟୁନାଇଟେଡ଼ କ୍ଳବକୁ ନେବା ପରେ ଶେଷରେ ଚରମ୍ପା କେନାଲ ପାଖରେ ଥିବା ଶ୍ମାଶନରେ ଦାହ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande