ସମ୍ବଲପୁର, ୦୭ ଅକ୍ଟୋବର (ହି.ସ.) ସମ୍ବଲପୁର ଚିଡିଆଖାନା ପରିସରରେ ଆଜି ହୀରାକୁଦ ବନ୍ୟାପ୍ରାଣୀ ବନଖଣ୍ତ ପକ୍ଷରୁ ବନ୍ୟାପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତି ରାଜ ମନ୍ତ୍ରୀ ରବିନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର , ପୂର୍ବତ୍ତନ ବିଧାୟକ ନାଉରି ନାୟକ, ପୋଲିସ ଆଇଜି ହିମାଂଶୁ ଲାଲ, ସମ୍ବଲପୁର ଜିଲ୍ଲାପାଳ ଓ ଏସପିଙ୍କ ସମେତ କମିଶନର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବନ୍ୟାପ୍ରାଣୀ ସୁରକ୍ଷା ନେଇ ଅଭିଭାଷଣ ରହିଥିଲେ ମନ୍ତ୍ରୀ ଶ୍ରୀ ନାଏକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରସ୍କାର ଭାବେ ରେଢ଼ାଖୋଲ ଉପବିଭାଗୀୟ ସ୍ତରରେ ଶ୍ରେଷ୍ଠ ବନ ସଂରକ୍ଷକ ଭାବେ ଚାରମାଳ ସଗ୍ରାମପୁର ଅଞ୍ଚଳର ଦିଲ୍ଲିପ କୁମାର ମହାକୁଡଙ୍କୁ ନଗଦ ୨୫ ହଜାର ଟଙ୍କା ସହ ମାନପତ୍ର ଏବଂ କୁଚିଣ୍ଡା ଉପ ବିଭାଗୀୟ ସ୍ତରରେ ଶ୍ରେଷ୍ଠ ବନ ସଂରକ୍ଷଣ ଭାବେ କୁଚିଣ୍ଡା ସାତକମା ଅଞ୍ଚଳର ସୁବାଷ ଚନ୍ଦ୍ର ନାୟକଙ୍କୁ ନଗଦ ୨୫ ହଜାର ଟଙ୍କା ସହ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ସେହିପରି ହାତୀ ସହିତ ରହିବା ଶୀର୍ଷକରେ ବରିଷ ଓ କନିଷ୍ଠ ବିଭାଗରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ କ୍ରମାନ୍ୱୟରେ ପ୍ରଥମ କ୍ରୀତିକା ପ୍ରଧାନ, ଦ୍ଵିତୀୟ ମନୀଷ ବେହେରା, ଓ ତୃତୀୟ ଆଦ୍ଯାଶା ସାହୁ, ସେହିପରି ଓଡ଼ିଶାର ଜଳଚର ପ୍ରାଣୀ ଶୀର୍ଷକରେ ବିଦ୍ୟା ଓରାମ୍, ସୈମ୍ଯଶ୍ରୀ ପ୍ରଧାନ ଓ ଶୁଭଙ୍କର ମହାନ୍ତି ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ହୀରାକୁଦ ବନ୍ୟାପ୍ରାଣୀ ଡିଭିଜନର ଡିଏଫଓ
ଅଂଶୁପ୍ରଜ୍ଞା ଦାସ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ