ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ଆର୍ନ୍ତଜାତିକ ବରିଷ୍ଠ ନାଗରିକ ଦିବସ ପାଳନ
ବଲାଙ୍ଗିର, ୭ ଅକ୍ଟୋବର (ହି.ସ.)- ସ୍ଥାନୀୟ ଟାଉନ ବାଳିକା ବିଦ୍ୟାଳୟ ପରିସରରେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ସଭାପତି ପ୍ରଭାକର ମିଶ୍ରଙ୍କ ସଭାପତିତ୍ୱରେ ପାଳନ କରାଯାଇଥିଲା । ମଧୁସୂଦନ ନାୟକ ଅତିଥିମାନଙ୍କୁ ମଂଚାସିନ ହେବା ପାଇଁ ଆମନ୍ତ୍ରଣ କରିଥ
ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ଆର୍ନ୍ତଜାତିକ ବରିଷ୍ଠ ନାଗରିକ ଦିବସ ପାଳନ


ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ଆର୍ନ୍ତଜାତିକ ବରିଷ୍ଠ ନାଗରିକ ଦିବସ ପାଳନ


ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ଆର୍ନ୍ତଜାତିକ ବରିଷ୍ଠ ନାଗରିକ ଦିବସ ପାଳନ


ବଲାଙ୍ଗିର, ୭ ଅକ୍ଟୋବର (ହି.ସ.)- ସ୍ଥାନୀୟ ଟାଉନ ବାଳିକା ବିଦ୍ୟାଳୟ ପରିସରରେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ସଭାପତି ପ୍ରଭାକର ମିଶ୍ରଙ୍କ ସଭାପତିତ୍ୱରେ ପାଳନ କରାଯାଇଥିଲା । ମଧୁସୂଦନ ନାୟକ ଅତିଥିମାନଙ୍କୁ ମଂଚାସିନ ହେବା ପାଇଁ ଆମନ୍ତ୍ରଣ କରିଥିଲେ । ସମ୍ମାନିତ ଅତିଥି ଭାବରେ ପୌରାଧ୍ୟକ୍ଷା ଲିକା ସାହୁ, ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ରାଜମଣି ସାହୁ କେନ୍ଦ୍ରୀୟ ବିଦ୍ୟାଳୟ ବଡମାଲ ଉକ୍ତ ସମାରୋହରେ ଯୋଗଦାନ କରି ବରିଷ୍ଠ ନାଗରିକ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ମଂଚର ସାଧାରଣ ସଂପାଦକ କପିଳେଶ୍ୱର ଖମାରୀଙ୍କ ପ୍ରାରମ୍ଭିକ ସୂଚନା ଓ ସଂପାଦକୀୟ ବିବରଣୀ ପ୍ରଦାନ କରିବା ପରେ ସଭାକାର୍ଯ୍ୟ ଆଗେଇ ଥିଲା । ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ବରିଷ୍ଠ ନାଗରିକ ମାନଙ୍କ ସୁନ୍ଦର ସ୍ୱାସ୍ଥ୍ୟ ଏବଂ ନିରୋଗ ଜୀବନ ପାଇଁ ଭଗବାନଙ୍କ ଠାରେ କାମନା କରିଥିଲେ ଏବଂ ବରିଷ୍ଠ ନାଗରିକମାନଙ୍କ ଏକ ଅଫିସ ଗୃହ ଅତିଶିଘ୍ର ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ମୁଖ୍ୟବକ୍ତା ରାଜମଣି ସାହୁ ଅତ୍ୟନ୍ତ ସୁନ୍ଦର ଭାବରେ ଏକ ସାରଗର୍ଭକ ଅଭିଭାଷଣ ମାଧ୍ୟମରେ ବରିଷ୍ଠ ନାଗରିକମାନଙ୍କର ସୁବିଧା, ଅସୁବିଧା ଏବଂ ସେମାନଙ୍କର ବୁଦ୍ଧିମତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବଲାଙ୍ଗିର ଜିଲ୍ଲାର ଏକ ସ୍ୱନାମଧନ୍ୟ ସାମାଜିକ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନ ଏବଂ ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା କବି ଓ କ୍ରୀଡାବିତ୍ ଡା. ବେଣୁଧର ପାଣ୍ଡେଙ୍କୁ ମଂଚ ତରଫରୁ ମାନପତ୍ର ଓ ଉପଢୈାକନ ଦେଇ ସମ୍ମାନିତ କରାଯାଇଥିଲା । ସଭ୍ୟ ପୀତବାସ ପଣ୍ଡା ଓ ଉପଦେଷ୍ଟା ପଦ୍ମଚରଣ ଆଚାର୍ଯ୍ୟ ମାନପତ୍ର ପଠନ କରିଥିଲେ । ଏତଦ୍ ବ୍ୟତିତ ମଂଚ ପ୍ରତି ଆନୁଷ୍ଠାନିକ ସହାୟତା ପ୍ରଦାନ କରିଥିବା ନିମନ୍ତେ ସଦସ୍ୟ ବିପିନ ବିହାରି ପୁରୋହିତଙ୍କୁ ଉପଢୈାକନ ଦେଇ ସମ୍ମର୍ଦ୍ଧିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ସଫଳ କରିବାରେ କୋଷାଧ୍ୟକ୍ଷ ଚୁଡେନ୍ଦ୍ର କୁମାର ବେହେରା, ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢି, ଚିତ୍ତ ରଂଜନ ପଟେଲ, ସୁରେନ୍ଦ୍ର କୁମାର ନେଗୀ, ବ୍ରଜ କିଶୋର ପଣ୍ଡା, କୃଷ୍ଣଚନ୍ଦ୍ର ନାଥ, ଅଶୋକ ମିଶ୍ର ସହଯୋଗ କରିଥିଲେ । ଶେଷରେ ସଭାପତିଙ୍କ ଅଭିଭାଷଣ ପରେ ମଂଚର ସହ ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସଭା ସାଙ୍ଗ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande