ସୁବର୍ଣ୍ଣପୁର ଅକ୍ଟୋବର (ହି.ସ.) ଆଜି ଅପରାହ୍ନ ୨.୪୦ ଘଟିକା ସମୟରେ ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଆନୁକୁଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ୫୦ ଜଣ ବରିଷ୍ଠ ନାଗରିକ ଓ ୦୨ (ଦୁଇ) ସହଯାତ ବା ସାଥୀ ଅଧିକାରୀ ଶ୍ରୀ ସହଦେବ ମେହେର, ସହକାରୀ ନାଜିର ଓ ଶ୍ରୀ ବିଶ୍ଵନାଥ ସେଠ୍, ବରିଷ୍ଠ ରାଜସ୍ବ ସହାୟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଙ୍କ ଅଯୋଧ୍ୟା ଓ ବନାରସ ଯାତ୍ରା ପାଇଁ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁଙ୍କ ଦ୍ଵାରା ପତାକା ଦେଖାଇ ଯାତ୍ରା ଶୁଭାରମ୍ଭ କରାଯାଇଥିଲା। ଏହି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଶୁଭାରମ୍ଭ ସମୟରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର, ଶ୍ରୀମତି ଅଞଳିନା ପ୍ରଧାନ, ସହକାରୀ ଜିଲ୍ଲାପାଳ, ନିଜାରତ, ସୁବର୍ଣ୍ଣପୁର, ଶ୍ରୀ ସତ୍ୟବ୍ରତ ସାହୁ, ସହକାରୀ ଜିଲ୍ଲାପାଳ, ସଂସ୍ଥାପନା ଶାଖା ତଥା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ସୁବର୍ଣ୍ଣପୁର, ଶ୍ରୀ ରମେଶ ଚନ୍ଦ୍ର ଗୋଛି, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁବର୍ଣ୍ଣପୁର, ଶ୍ରୀ ଅର୍ଜୁନ ମାଝୀଙ୍କ ସମେତ ବିଭିନ୍ନ ସମ୍ବାଦ ପତ୍ରର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଏହି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଦୁଇ ଗୋଟି ବସରେ ୫୦ ଜଣ ବରିଷ୍ଠ ନାଗରିକଙ୍କୁ ନେଇ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ ଠାରୁ ଆଜି ଅପରାହ୍ନ ଠାରୁ ଆରମ୍ଭ ହେଲା । ଆଜି ସନ୍ଧ୍ୟାରେ ସମସ୍ତ ତୀର୍ଥ ଯାତ୍ରୀ ସମ୍ବଲପୁର ପାନ୍ଥ ନିବାସରେ ରାତ୍ରି ଯାପନ କରି ଆସନ୍ତାକାଲି ପୂର୍ବାହ୍ନରେ ରେଳ ଷ୍ଟେସନରେ ପହଞ୍ଚି ରେଳଗାଡ଼ି ଯୋଗେ ଅଯୋଧ୍ୟା ଓ ବନାରସ ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ତୀର୍ଥ ଯାତ୍ରା ତୀର୍ଥ ସ୍ଥାନ ଦର୍ଶନ ଶେଷ ହେବାପରେ ଆସନ୍ତା ୧୩.୧୦.୨୦୨୫ ରିଖ ଦିନ ସୁବର୍ଣ୍ଣପୁର କୁ ଫେରି ଆସିବେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ