କେନ୍ଦ୍ରାପଡ଼ା, ୭ ଅକ୍ଟୋବର (ହି.ସ.) - ତୁଳସୀ କ୍ଷେତ୍ରାଧିଶ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଉନବିଂଶତମ ଅନନ୍ତ ବେଶ ଅବସରରେ ଅନନ୍ତ ୍ୱଳିଆ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ପୂଜ୍ୟପୂଜକ ପଦ୍ମଶ୍ରୀ ବାବା ୍ୱଳିଆଙ୍କ କଥାମୃତ କାର୍ଯ୍ୟକ୍ରମ ପୂର୍ବରୁ ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନର କଳାକାରମାନେ ବିଗତ ବର୍ଷ ମାନଙ୍କ ପରି ଶ୍ରୀ ବଳଦେବଜୀଉଙ୍କ ଭଜନ ପରିବେଷଣ କରିଥିଲେ। ଏହି ଅବସରରେ ପଦ୍ମଶ୍ରୀ ବାବା ବଳିଆଙ୍କ କର କମଳରେ ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀ ନିବେଦିତ ଭକ୍ତି ସଙ୍ଗୀତ ଆଲବମ୍ ଜୟ ତୁଳସୀ ମା ଉନ୍ମୋଚିତ ହୋଇଯାଇଛି। ଏକାଧାରରେ ଗାୟକ, ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଆଲ୍ୱମ୍ ରେ ଆଠ ଗୀତ ରହିଛି। ରେଡ଼ିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା ଏବଂ ଗୀତିକାର ଅଭୟ ମହାନ୍ତିଙ୍କ ଦ୍ୱାରା ପ୍ରଯୋଜିତ ଏହି ଆଲବମ୍ରେ ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ଦାଶ, ସୌରଭ ନାୟକ, ନିରୁପମା ଜେନା, ବିମଳ ପରିଡା ଏବଂ ପଦ୍ମାବତୀ ଦ୍ୱିବେଦୀ କଣ୍ଠଦାନ କରିଛନ୍ତି। ପ୍ରଥମେ ଆଲବମ୍ କଭର୍ ଶ୍ରୀ ସିଦ୍ଧ ବଳଦେବଜୀଉ ଏବଂ ମାଆ ତୁଳସୀ ଦେବୀଙ୍କୁ ସମର୍ପଣ କରାଯାଇଥିଲା। ପରେ ପରେ ନିରୁପମା ଜେନା ମା ତୁଳସୀ ଦେବୀ ଏବଂ ରସାବଳି ଉପରେ ପ୍ରସ୍ତୁତ ସ୍ୱତନ୍ତ୍ର ଭଜନ ଗାଇ ସମସ୍ତଙ୍କୁ ବିମୋହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥ, ଉପେନ୍ଦ୍ର ପାଢ଼ୀ, ରଞ୍ଜନ ବରାଳ, ଅଜୟ ଜେନା, ସଂତୋଷ ନାୟକ, ବଳରାମ ମଲିକ, ଧୀରାମଣି ପରିଡା, ଅମର ଅମିତ୍ ବିଶ୍ୱାଳ, ଉମେଶ ଆଚାର୍ଯ୍ୟ, ପ୍ରସନ୍ନ ପରିଡା, ରଶ୍ମୀତା ସୂତାର ପ୍ରମୁଖ ଉପସ୍ଥିତ ଥିଲେ। ଅନନ୍ତ ଭଳିଆ ଟ୍ରଷ୍ଟର କର୍ମକର୍ତାମାନଙ୍କ ସମେତ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ମନ୍ଦିର ପରିସରରେ ଉପସ୍ଥିତ ଥିଲେ। ସଙ୍ଗୀତ ନିର୍ଦ୍ଦେଶକ ବିମଳ ପରିଡା ଭଜନ କାର୍ଯ୍ୟକ୍ରମ ସଂଚାଳନ କରିବା ସହିତ ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଭଜନ ଗାଇଥିଲେ ଏବଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି