ମନେ ହେଉଛି ଏ ସରକାରରେ କେହି କାହାକୁ ମାନୁନାହାନ୍ତି
ଭୁବନେଶ୍ୱର , 7 ଅକ୍ଟୋବର (ହି.ସ.)ଗତକାଲି ବ୍ରହ୍ମପୁର ଘଟଣା, କଟକ ଘଟଣା ଓ ଅନେକ ଘଟଣା ଦେଖିଲେ ମନେ ହେଉଛି ଏ ସରକାରରେ କେହି କାହାକୁ ମାନୁନାହାନ୍ତି। ଯେଉଁଠି ଡିସିପି ମାଡ଼ ଖାଉଛନ୍ତି ସେଠି ପରିସ୍ଥିତି କଣ ଆପଣ ବୁଝିପାରୁଥିବେ। ତେଣୁ ପୋଲିସ ଡିଜି ଗୋଟେ ଭଲ ଟିମ ତିଆରି କରୁ ବୋଲି କଂଗ୍ରେସ ଦେଲା ପର
ମନେ ହେଉଛି ଏ ସରକାରରେ କେହି କାହାକୁ ମାନୁନାହାନ୍ତି


ଭୁବନେଶ୍ୱର , 7 ଅକ୍ଟୋବର (ହି.ସ.)ଗତକାଲି ବ୍ରହ୍ମପୁର ଘଟଣା, କଟକ ଘଟଣା ଓ ଅନେକ ଘଟଣା ଦେଖିଲେ ମନେ ହେଉଛି ଏ ସରକାରରେ କେହି କାହାକୁ ମାନୁନାହାନ୍ତି। ଯେଉଁଠି ଡିସିପି ମାଡ଼ ଖାଉଛନ୍ତି ସେଠି ପରିସ୍ଥିତି କଣ ଆପଣ ବୁଝିପାରୁଥିବେ। ତେଣୁ ପୋଲିସ ଡିଜି ଗୋଟେ ଭଲ ଟିମ ତିଆରି କରୁ ବୋଲି କଂଗ୍ରେସ ଦେଲା ପରାମର୍ଶ। ମୁଖ୍ୟମନ୍ତ୍ରୀ ନ ଶୋଇ ଚେଇଁ ରହିବା ଉଚିତ। ମୁଖ୍ୟମନ୍ତ୍ରୀଙ୍କୁ ଯଦି ଫ୍ରିଡମ ମିଳୁନି ତେବେ ସିଏ ପଦରୁ ଓହରିଯିବ କଥା। ବିଜେଡି ସରକାର ସମୟରେ ଜଣେ କ୍ୟାବିନେଟ ମିନିଷ୍ଟର ନବ ଦାସ ହତ୍ୟା କରାଗଲା। ତେଣୁ ବିଜେଡି ହେଉ କି ବିଜେପି ସରକାର ଚଳାଇପାରୁନାହାଁନ୍ତି। ସେପଟେ ପୋଲିସ ଡିଜି ମଧ୍ୟ ଇସ୍ତଫା ଦିଅନ୍ତୁ ବୋଲି ଦାବି କଲା କଂଗ୍ରେସ। ଆଗକୁ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ନହେଲେ କଂଗ୍ରେସ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି କଂଗ୍ରେସ ନେତା ଦେବାଶିଷ ନାୟକ, ଓ ରାଜୀବ ପଟ୍ଟନାୟକ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande