କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ବସ୍ ସେବା ଅଧୀନରେ ନୂତନ ରୁଟରେ ବସ ସେବାର ହେଲା ଶୁଭାରମ୍ଭ
କେନ୍ଦୁଝର, ୭ ଅକ୍ଟୋବର (ହି.ସ.)- ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରି ଯାତ୍ରୀ ମାନଙ୍କୁ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ମୁଖ୍ୟମନ୍ତ୍ରୀ ବସ୍ ସେବା ଅଧୀନରେ ସରକାରୀ ବସଷ୍ଟାଣ୍ଡରୁ ଧୋବାଡିଆ ଛକ ଦେଇ ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲ ପର୍ଯ୍ୟନ୍ତ ନୂତନ ରୁଟର
କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ବସ୍ ସେବା ଅଧୀନରେ ନୂତନ ରୁଟରେ ବସ ସେବାର ହେଲା ଶୁଭାରମ୍ଭ


କେନ୍ଦୁଝର, ୭ ଅକ୍ଟୋବର (ହି.ସ.)- ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରି ଯାତ୍ରୀ ମାନଙ୍କୁ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ମୁଖ୍ୟମନ୍ତ୍ରୀ ବସ୍ ସେବା ଅଧୀନରେ ସରକାରୀ ବସଷ୍ଟାଣ୍ଡରୁ ଧୋବାଡିଆ ଛକ ଦେଇ ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲ ପର୍ଯ୍ୟନ୍ତ ନୂତନ ରୁଟରେ ବସ ସେବା ଆରମ୍ଭ କରିଛି। ଏହି ରୁଟ୍ ଦେଇ ବସସେବା କାର୍ଯ୍ୟକ୍ଷମ ହେବାପରେ ସହର ମଧ୍ୟରେ ପ୍ରମୁଖ ସାର୍ବଜନୀନ ସୁବିଧା କେନ୍ଦ୍ର ଗୁଡିକକୁ ସଂଯୋଗ କରୁଥିବା ଏକ ସୁବିଧାଜନକ ଏବଂ ସୁଲଭ ପରିବହନ ବ୍ୟବସ୍ଥା ସୁନିଶ୍ଚିତ ହୋଇପାରିଛି।

ଏହି ନୂତନ ରୁଟ୍ ସରକାରୀ ବସ୍ ଷ୍ଟାଣ୍ଡ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କେନ୍ଦୁଝରଗଡ଼ ରେଳ ଷ୍ଟେସନ, ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଧରଣୀଧର ବିଶ୍ୱବିଦ୍ୟାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ସଂଯୋଗ କରିବ। ଏହି ସେବା ପ୍ରତିଦିନ ସାତଟି ଭିନ୍ନ ଭିନ୍ନ ସମୟରେ ଉପଲବ୍ଧ ହେବ। ଯାହା ଛାତ୍ରଛାତ୍ରୀ, ରୋଗୀ, ସ୍ୱାସ୍ଥ୍ୟସେବା କର୍ମୀ ଏବଂ ସାଧାରଣ ଯାତ୍ରୀମାନଙ୍କ ପାଇଁ ଦିନସାରା ନିୟମିତ ପରିବହନ ସୁବିଧା ସୁନିଶ୍ଚିତ କରିବ। ଏହି ବସ ସେବା ସାରଣୀ ଅନୁଯାୟୀ, ଦିନର ପ୍ରଥମ ଯାତ୍ରା ସକାଳ ୦୫:୪୫ ରେ ସରକାରୀ ବସ୍ ଷ୍ଟାଣ୍ଡରୁ ଆରମ୍ଭ ହୋଇ ସକାଳ ୦୫:୫୦ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଞ୍ଚିବ, ସକାଳ ୦୬:୧୨ ରେ ରେଳ ଷ୍ଟେସନରେ ପହଁଚିବ ଏବଂ ତା'ପରେ ସକାଳ ୦୬:୨୪ରେ ଧରଣୀଧର ମେଡିକାଲ କଲେଜ ଓ ହସପିଟାଲରେ ପହଁଚିବ, ସକାଳ ୦୬:୨୯ରେ ଧରଣୀଧର ବିଶ୍ୱବିଦ୍ୟାଳୟରେ ପହଞ୍ଚିବ, ସକାଳ ୦୬:୪୮ ରେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ଓ ସକାଳ ୦୬:୫୮ ରେ ସରକାରୀ ବସ୍ ଷ୍ଟାଣ୍ଡକୁ ଫେରି ଯାତ୍ରା ଶେଷ କରିବ।

ଦ୍ୱିତୀୟ ଯାତ୍ରା ସରକାରୀ ବସ୍ ଷ୍ଟାଣ୍ଡରୁ ସକାଳ ୦୭:୧୫ ରେ ଆରମ୍ଭ ହେବ, ସକାଳ ୦୭:୨୦ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସକାଳ ୦୭:୪୨ରେ ରେଳ ଷ୍ଟେସନ, ସକାଳ ୦୭:୫୪ରେ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ, ସକାଳ ୦୭:୫୯ରେ ଧରଣୀଧର ବିଶ୍ୱବିଦ୍ୟାଳୟ, ସକାଳ ୦୮:୧୮ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଫେରିବ ଏବଂ ସକାଳ ୦୮:୨୮ ରେ ସରକାରୀ ବସ୍ ଷ୍ଟାଣ୍ଡରେ ପହଞ୍ଚିବ।

ସେହିପରି, ତୃତୀୟ ଯାତ୍ରା ସରକାରୀ ବସ୍ ଷ୍ଟାଣ୍ଡରୁ ସକାଳ ୦୯:୦୦ ରେ ଆରମ୍ଭ ହେବ, ସକାଳ ୦୯:୦୫ ରେ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ, ସକାଳ ୦୯:୨୭ ରେ ରେଳ ଷ୍ଟେସନ, ସକାଳ ୦୯:୩୯ ରେ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ, ସକାଳ ୦୯:୫୯ ରେ ଧରଣୀଧର ବିଶ୍ୱବିଦ୍ୟାଳୟ, ସକାଳ ୧୦:୦୮ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଫେରିବ ଏବଂ ସକାଳ ୧୦:୧୮ ରେ ସରକାରୀ ବସ୍ ଷ୍ଟାଣ୍ଡରେ ପହଞ୍ଚିବ।

ଚତୁର୍ଥ ଯାତ୍ରା ସରକାରୀ ବସ୍ ଷ୍ଟାଣ୍ଡରୁ ସକାଳ ୧୦:୩୦ ରେ ଆରମ୍ଭ ହେବ, ସକାଳ ୧୦:୩୫ ରେ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ, ସକାଳ ୧୦:୫୭ ରେ ରେଳ ଷ୍ଟେସନ, ସକାଳ ୧୧:୦୯ ରେ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ, ସକାଳ ୧୧:୧୯ ରେ ଧରଣୀଧର ବିଶ୍ୱବିଦ୍ୟାଳୟ, ସକାଳ ୧୧:୩୮ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଫେରିବ ଏବଂ ସକାଳ ୧୧:୪୮ ରେ ସରକାରୀ ବସ୍ ଷ୍ଟାଣ୍ଡରେ ପହଞ୍ଚିବ।

ପଞ୍ଚମ ଯାତ୍ରା ମଧ୍ୟାହ୍ନ ୧୨:୦୦ ଟାରେ ସରକାରୀ ବସ୍ ଷ୍ଟାଣ୍ଡରୁ ଆରମ୍ଭ ହୋଇ ଅପରାହ୍ଣ ୧୨:୦୫ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଅପରାହ୍ଣ ୧୨:୨୭ରେ ରେଳ ଷ୍ଟେସନ, ଅପରାହ୍ଣ ୧୨:୩୯ ଟାରେ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ, ଅପରାହ୍ଣ ୧୨:୪୯ରେ ଧରଣୀଧର ବିଶ୍ୱବିଦ୍ୟାଳୟ, ଅପରାହ୍ଣ ୧:୦୮ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରତ୍ୟାବର୍ତ୍ତନ କରି ଅପରାହ୍ଣ ୧:୧୮ରେ ବସ୍ ଷ୍ଟାଣ୍ଡରେ ଯାତ୍ରା ଶେଷ କରିବ।

ଏହା ପରେ, ଷଷ୍ଠ ଯାତ୍ରା ଅପରାହ୍ଣ ୦୧:୪୫ରେ ସରକାରୀ ବସ୍ ଷ୍ଟାଣ୍ଡରୁ ଆରମ୍ଭ ହୋଇ ଅପରାହ୍ଣ ୦୧:୫୦ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଅପରାହ୍ଣ ୦୨:୧୨ରେ ରେଳ ଷ୍ଟେସନ, ଅପରାହ୍ଣ ୦୨:୨୪ରେ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ, ଅପରାହ୍ଣ ୦୨:୩୪ରେ ଧରଣୀଧର ବିଶ୍ୱବିଦ୍ୟାଳୟ, ଅପରାହ୍ଣ ୦୨:୫୩ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରତ୍ୟାବର୍ତ୍ତନ କରି ଅପରାହ୍ଣ ୦୩:୦୩ ରେ ବସ୍ ଷ୍ଟାଣ୍ଡରେ ଯାତ୍ରା ଶେଷ କରିବ।

ଦିନର ସପ୍ତମ ଏବଂ ଶେଷ ଯାତ୍ରା ଅପରାହ୍ଣ ୦୩:୧୦ରେ ସରକାରୀ ବସ୍ ଷ୍ଟାଣ୍ଡରୁ ଆରମ୍ଭ ହୋଇ ଅପରାହ୍ଣ ୦୩:୧୫ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଅପରାହ୍ଣ ୦୩:୩୭ରେ ରେଳ ଷ୍ଟେସନ, ଅପରାହ୍ଣ ୦୩:୪୯ ଟାରେ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ, ଅପରାହ୍ଣ ୦୩:୫୯ରେ ଧରଣୀଧର ବିଶ୍ୱବିଦ୍ୟାଳୟ, ଅପରାହ୍ଣ ୦୪:୧୮ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରତ୍ୟାବର୍ତ୍ତନ କରି ଅପରାହ୍ଣ ୦୪:୨୮ରେ ବସ୍ ଷ୍ଟାଣ୍ଡରେ ଯାତ୍ରା ଶେଷ କରିବ।

ଏହି ଅବସରରେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ବସ୍ ସେବା ଅଧୀନରେ ଏହି ପଦକ୍ଷେପ ରାଜ୍ୟ ସରକାରଙ୍କର ସାଧାରଣ ପରିବହନ ସୁବିଧା ବୃଦ୍ଧି, ଟ୍ରାଫିକ ଭିଡ଼ ହ୍ରାସ ଏବଂ କେନ୍ଦୁଝରର ବାସିନ୍ଦାଙ୍କ ପାଇଁ ସୁଲଭ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ନିରନ୍ତର ପ୍ରୟାସର ଏକ ଅଂଶ। ନୂତନ ରୁଟ୍ ଡିଡି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲକୁ ଆସୁଥିବା ରୋଗୀ ଏବଂ ରେଳ ଷ୍ଟେସନକୁ ଯାତାୟାତ କରୁଥିବା ଦୈନିକ ଯାତ୍ରୀମାନଙ୍କ ପାଇଁ ବିଶେଷ ଭାବରେ ଲାଭଦାୟକ ହେବ। ଏହି ଶୁଭାରମ୍ଭ ସହିତ, କେନ୍ଦୁଝର ରାଜ୍ୟ ସରକାରଙ୍କ ସମସ୍ତଙ୍କ ପାଇଁ ସୁଲଭ ପରିବହନ ଦୃଷ୍ଟିକୋଣକୁ ସାକାର କରିବା ଦିଗରେ ଆଉ ଏକ ପଦକ୍ଷେପ ନେଇଛି, ଯାହା ଜିଲ୍ଲା ପ୍ରଶାସନର ଅନ୍ତର୍ଭୁକ୍ତିମୂଳକ, ନିର୍ଭରଯୋଗ୍ୟ ଏବଂ ଲୋକ-କେନ୍ଦ୍ରିକ ସାର୍ବଜନୀନ ସେବା ପ୍ରଦାନ ପ୍ରତି ପ୍ରତିବଦ୍ଧତାକୁ ଦର୍ଶାଉଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande