କନ୍ଧମାଳ , ୭ ଅକ୍ଟୋବର (ହି.ସ.)ଆଜି ବ୍ରହ୍ମପୁର ରେ ବିଶିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ପ୍ରତିବାଦ ରେ, ଫୁଲବାଣୀ ଓକିଲ ସଙ୍ଘ ପକ୍ଷରୁ ଏକ କେଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଆଜି ଫୁଲବାଣୀ ବାର ଆସୋସିଏସନର ଉପସଭାପତି ଦିଲ୍ଲୀପ କୁମାର ବାନାର୍ଜୀ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ଶତାଧିକ ଆଇନଜୀବୀ ଓ ଜନସାଧାରଣ ଯୋଗ ଦେଇଥିଲେ। l ପ୍ରକାଶ ଥାଉକି ବ୍ରହ୍ମପୁରର ବିଜେପି ନେତା ତଥା ବରିଷ୍ଠ ଆଇନଜୀବି ପୀତବାସ ପଣ୍ଡାଙ୍କ ଉପରେ ବାଇକ ରେ ଆସି ଦୁଇ ଜଣ ଦୁର୍ବୃତ୍ତ, ବ୍ରହ୍ମନଗରରେ ଠାାରେ ଦୁଇ ରାଉଣ୍ଡ ଗୁଳିମାଡ଼ କରିଥିଲେ। ସୋମବାର ରାତି ପ୍ରାୟ ୧୦ ଟାରେ ଏହି କାଣ୍ଡ ଘଟିଥିଲା। ଏନେଇ ସମଗ୍ର କନ୍ଧମାଳ ଜିଲ୍ଳାରେ ଆଇନଜୀବି ମହଲରେ ଶୋକର ଛାୟା ଖେଳି ଯାଇଛି l ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସହ ସମ୍ପାଦକ ତୁଷାର କାନ୍ତ ନାୟକ, କୋଷାଧକ କୃଷ୍ଣ ଚନ୍ଦ୍ର ସେନାପତି, ଭଗବାନ ମହାନ୍ତି,ରମେଶ ଚନ୍ଦ୍ର ମହାନ୍ତି, ଅଜିତ ପଟ୍ଟନାୟକ, ଅସୀମ ପ୍ରହରାଜ, ପ୍ରତାପ ପାତ୍ର, ରଞ୍ଜନ କୁମାର ଦାଶ, ଆଦିତ୍ୟ ତ୍ରିପାଠୀ, ଜ୍ଞାନୀନ୍ଦ୍ର ପାଢ଼ୀ, ନିହାରିକା ପାତ୍ର, ଜୟନ୍ତୀ ପାଣିଗ୍ରାହୀ, ବୀଣା ପାଣି ପ୍ରଧାନଙ୍କ ସମେତ ବହୁ ଆଇନଜୀବି ମାନେ ଉପସ୍ଥିତ ରହି ସ୍ବର୍ଗତ ପୀତବାସ ପଣ୍ଡାଙ୍କ ଅମର ଆତ୍ମର ସଦଗତି ନିମନ୍ତେ କାମନା କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ