ପାଟଣା, 7 ଅକ୍ଟୋବର (ହି.ସ.) କେନ୍ଦୁଝର ଜିଲ୍ଲା ପାଟଣାଥାନା ସାହାରପଡା ଫାଣ୍ଡି ଠାରୁ ଅଳ୍ପ ଦୂରରେ ଥିବା କଲେଜ ନିକଟରେ ଗତ ୨୮ ତାରିଖ ରାତିରେ ଏକ ବୁଦା ମୂଳରୁ ଜଣେ ବ୍ୟକ୍ତିର ମୃତ ଦେହକୁ ପୋଲିସ ଉଦ୍ଧାର କରିଥିଲା । ଉକ୍ତ ମୃତକ ଜଣକ ବିରଞ୍ଚି ମହାନ୍ତ। ତାକୁ ସୁ ପରିକଳ୍ପିତ ଭାବେ ତଣ୍ଟିଚିପି, ପାଟିରେ କପଡା ଦେଇ ହତ୍ୟା କରିଥିଲେ ବିରଞ୍ଚିର ସ୍ତ୍ରୀ ବର୍ଷାରାଣି ମହାନ୍ତ ଓ ପ୍ରେମିକ ପୁରେନ୍ଦ୍ର ମହାକୁଡ। ଏ ଦୁହିଁଙ୍କ ଭିତରେ ଦୁଇବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା। ତେବେ ବିରଞ୍ଚି ଅଧିକାଂଶ ସମୟରେ ମଦ ପିଇ ସ୍ତ୍ରୀ ସହିତ ଝଗଡ଼ା କରୁଥିଲା। ସେ ଦିନ ରାତିରେ ମଧ୍ଯ ଉଭୟ ସ୍ୱାମୀ, ସ୍ତ୍ରୀ ଙ୍କ ଭିତରେ ଝଗଡ଼ା ହୋଇଥିଲା। ତେଣୁ ବର୍ଷାରାଣୀ ତା ପ୍ରେମିକ କୁ ଡକାଇ ସ୍ବାମୀକୁ ହତ୍ୟା କରିଥିଲେ.। ଏ ସଂକ୍ରାନ୍ତରେ ବିରଞ୍ଚି ର ବଡଭାଇ ସୁରେଶ ଲିଖିତ ଆକାରରେ ସାହାରପଡା ଫାଣ୍ଡି ଅଧିକାରୀ ପାର୍ଥ ଓରାମ୍ ଙ୍କୁ ଜଣାଇଥିଲେ। ତେବେ ଏସଡିପିଓ ବିଜୟକୃଷ୍ଣ ମହାପାତ୍ର ନିଜେ ଗୁରୁତ୍ୱର ସହିତ ଏ କେଶ୍ କୁ ନେଇ ସିସି ଟିଭି ଫୁଟେଜ୍ ମାଧ୍ୟମରେ ଅନେକ କିଛି ତଥ୍ଯ ସଂଗ୍ରହ କରିଥିଲେ। ଦୁହିଁଙ୍କୁ ଜେରା କରିବାପରେ ଦୁହେଁ ସବୁ ସତକଥା ମାନି ନେଇଥିଲେ। ତେବେ ଏ କେଶ୍ ସାହାରପଡା ଫାଣ୍ଡି ଅଧିକାରୀ ପାର୍ଥ ଓରାମ୍ ନିଜ ହାତକୁ ନେଇ ଦଫା ୧୦୩ ( ୧), ୩ (୫)ବି.ଏନ.ଏସ. ଯୋଗେ ଗିରଫ କରି ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta