ଚମ୍ପୁଆରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ
ଚମ୍ପୁଆ, ୭ ଅକ୍ଟୋବର (ହି.ସ.) - ଚମ୍ପୁଆ ବ୍ଲକର ବିଭିନ୍ନ ଗ୍ରାମ ମାନଙ୍କରେ ଧନଦାତ୍ରୀ ମା ଗଜଲକ୍ଷ୍ମୀଙ୍କ ପୂଜା ଜାକଜମକ ର ସହ ଅନୁଷ୍ଠିତ ହେଉଛି। ମାଆ ଙ୍କ ପୂଜା ପାଇଁ ଚମ୍ପୁଆ ଅଂଚଳ ଉତ୍ସବ ମୁଖର ହୋଇଉଠିଛି। ଚମ୍ପୁଆ ଏନଏସି ର ଶିବ ଜାଗର ପଡିଆ, ଧଳାଡିହି ଓ ଗୋଧୁଳି, ରାମଲା ସହ ବ୍ଲକ୍ ର ପର୍ଶଳା, ରି
ଚମ୍ପୁଆରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ


ଚମ୍ପୁଆ, ୭ ଅକ୍ଟୋବର (ହି.ସ.) - ଚମ୍ପୁଆ ବ୍ଲକର ବିଭିନ୍ନ ଗ୍ରାମ ମାନଙ୍କରେ ଧନଦାତ୍ରୀ ମା ଗଜଲକ୍ଷ୍ମୀଙ୍କ ପୂଜା ଜାକଜମକ ର ସହ ଅନୁଷ୍ଠିତ ହେଉଛି। ମାଆ ଙ୍କ ପୂଜା ପାଇଁ ଚମ୍ପୁଆ ଅଂଚଳ ଉତ୍ସବ ମୁଖର ହୋଇଉଠିଛି। ଚମ୍ପୁଆ ଏନଏସି ର ଶିବ ଜାଗର ପଡିଆ, ଧଳାଡିହି ଓ ଗୋଧୁଳି, ରାମଲା ସହ ବ୍ଲକ୍ ର ପର୍ଶଳା, ରିମୁଳି, ରଜିଆ, କାଳିକା ପ୍ରସାଦ, ବଡନଇ , ସୁନାପଶି, ସରେଇ, କରଞ୍ଜିଆ, କାଶିପାଳ, ଭୂଇଁପୁର, ଭଣ୍ଡା, ଜାମୁଦଲକ, କୋଦଗାଡିଆ, ଜ୍ୟୋତିପୁର, କୁଟାରିପଶି ସମେତ ସମସ୍ତ ପଂଚାୟତ ଗୁଡିକରେ ମା ଗଜଲକ୍ଷ୍ମୀଙ୍କ ପୂଜା ଧୂମଧାମରେ ଅନୁଷ୍ଠିତ ହେଉଛି । ଚଳିତ ବର୍ଷ ଗୋଧୁଳିରେ ଗଜଲକ୍ଷ୍ମୀ ପୂଜା ୫୭ ବର୍ଷରେ ପଦାର୍ପଣ କରିଥିବା ବେଳେ ଧଳାଡିହି ପୂଜା ୫୦ ବର୍ଷରେ ଏବଂ ଚମ୍ପୁଆ ଶିବ ଜାଗର କମିଟି ପୂଜା ୪୪ ବର୍ଷରେ ପଦାର୍ପଣ କରିଛି। ପୂଜା ମଣ୍ଡପ ଗୁଡିକରେ ସୁନ୍ଦର ସାଜସଜ୍ଜା, ଆକର୍ଷଣୀୟ ତୋରଣ ସହ ରଙ୍ଗୀନ ଆଲୋକମାଳା ଲୋକଙ୍କୁ ଆକୃଷ୍ଟ କରୁଛି । ପୂଜା କମିଟି ଗୁଡିକ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ପ୍ରସାଦ ବଂଟନର ବ୍ୟବସ୍ଥା କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande