ତୀର୍ଥଯାତ୍ରା କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରୁ ୧୪୦ ଜଣ ତୀର୍ଥଯାତ୍ରୀ ଅଯୋଧ୍ୟା, ବାରାଣାସୀକୁ ଯାତ୍ରା
ବଲାଙ୍ଗିର, ୭ ଅକ୍ଟୋବର (ହି.ସ.)- ରାଜ୍ୟ ସରକାରଙ୍କ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଅଯୋଧ୍ୟା-ବାରାଣସୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମରେ ଆଜି ବଲାଙ୍ଗୀର ଜିଲ୍ଲା ର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରୁ ୧୪୦ ଜଣ ତୀର୍ଥଯାତ୍ରୀ ଅଯୋଧ୍ୟା
ତୀର୍ଥଯାତ୍ରା କାର୍ଯ୍ୟକ୍ରମ ରେ ଆଜି ବଲାଙ୍ଗୀର ଜିଲ୍ଲା ର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳ ରୁ ୧୪୦ ଜଣ ତୀର୍ଥଯାତ୍ରୀ ଅଯୋଧ୍ୟା, ବାରାଣାସୀ କୁ ଯାତ୍ରା


ତୀର୍ଥଯାତ୍ରା କାର୍ଯ୍ୟକ୍ରମ ରେ ଆଜି ବଲାଙ୍ଗୀର ଜିଲ୍ଲା ର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳ ରୁ ୧୪୦ ଜଣ ତୀର୍ଥଯାତ୍ରୀ ଅଯୋଧ୍ୟା, ବାରାଣାସୀ କୁ ଯାତ୍ରା


ତୀର୍ଥଯାତ୍ରା କାର୍ଯ୍ୟକ୍ରମ ରେ ଆଜି ବଲାଙ୍ଗୀର ଜିଲ୍ଲା ର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳ ରୁ ୧୪୦ ଜଣ ତୀର୍ଥଯାତ୍ରୀ ଅଯୋଧ୍ୟା, ବାରାଣାସୀ କୁ ଯାତ୍ରା


ବଲାଙ୍ଗିର, ୭ ଅକ୍ଟୋବର (ହି.ସ.)- ରାଜ୍ୟ ସରକାରଙ୍କ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଅଯୋଧ୍ୟା-ବାରାଣସୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମରେ ଆଜି ବଲାଙ୍ଗୀର ଜିଲ୍ଲା ର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରୁ ୧୪୦ ଜଣ ତୀର୍ଥଯାତ୍ରୀ ଅଯୋଧ୍ୟା, ବାରାଣାସୀକୁ ଯାତ୍ରା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡଃ. ବିଜୟନନ୍ଦ ସେଠୀ ମୁଖ୍ୟ ଅତିଥି ଭାବେ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ, ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ସମସ୍ତ ବରିଷ୍ଠ ନାଗରିକ ତଥା ତୀର୍ଥଯାତ୍ରୀ ମାନଙ୍କୁ ଫୁଲମାଳ ପିନ୍ଧାଇ ଶୁଭକାମନା ଜଣାଇବା ସହ ସବୁଜ ପତାକା ଦେଖାଇ ବସ ଯାତ୍ରାର ଶୁଭାରମ୍ଭ କରିଥିଲେ। ଯାତ୍ରା ପୂର୍ବରୁ ସମସ୍ତ ତୀର୍ଥ ଯାତ୍ରୀଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିୟମାନୁସାରେ କରାଯାଇଥିଲା । ଉକ୍ତ ବସ ଗୁଡିକ ସମ୍ବଲପୁର ରେଳ ଷ୍ଟେସନ ଅଭିମୁଖେ ଯାତ୍ରା ଆରମ୍ଭ କରିଛି, ତୀର୍ଥ ଯାତ୍ରୀ ମାନେ ଆଜି ସମ୍ବଲପୁରରେ ରାତ୍ରୀ ଯାପନ କରି ଆସନ୍ତା କାଲି ସ୍ଵତନ୍ତ୍ର ଟ୍ରେନ୍ ରେ ଅଯୋଧ୍ୟା ବାରଣାସୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ଏହି ତୀର୍ଥଯାତ୍ରାରେ ଏସ୍କର୍ଟ ଅଫିସର ଭାବେ ନୀଳାଚଳ ଦୀପ, ସୁବଳ ଖାର୍ସେଲ, ଚିତ୍ତରଞ୍ଜନ ସାହୁ, ଏବଂ ତରୁଣକାନ୍ତି ପଧାନ ତୀର୍ଥ ଯାତ୍ରା କାର୍ଯ୍ୟ ସମ୍ପାଦନ ନିମନ୍ତେ ନିଯୁକ୍ତ ଦିଆଯାଇଛି।

ଏହି କାର୍ଯ୍ୟକ୍ରମକୁ ସନ୍ଦୀପ କୁମାର କୁଅଁର ସଂଯୋଜନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଓ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କର୍ମଚାରୀ ସହଯୋଗ କରିଥିଲେ ଏବଂ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦାନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande