ପୂର୍ବତନ ମନ୍ତ୍ରୀ ଦୀନବନ୍ଧୁ ସାହୁଙ୍କ ୪୬ତମ ଶ୍ରାଦ୍ଧୋତ୍ସବ
କେନ୍ଦ୍ରାପଡ଼ା, ୭ ଅକ୍ଟୋବର (ହି.ସ.) - ଆଜି କେନ୍ଦ୍ରାପଡାର ବରପୁତ୍ର, ଓଡିଶାର ବିକାଶ ପୁରୁଷ, ଓଡିଶା ରାଜ୍ୟର ପୂର୍ବତନ ମନ୍ତ୍ରୀ ଓ ଆଡଭୋକେଟ ଜେନେରାଲ ଦୀନବନ୍ଧୁ ସାହୁଙ୍କ ୪୬ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ସହର ତହସିଲ କାର୍ଯ୍ୟାଳୟ ନିକଟ ସ୍ୱର୍ଗତ ଦୀନବନ୍ଧୁ ସାହୁଙ୍କ ପ୍ରତିମୂ
ପୂର୍ବତନ ମନ୍ତ୍ରୀ ଦୀନବନ୍ଧୁ ସାହୁଙ୍କ ୪୬ତମ ଶ୍ରାଦ୍ଧୋତ୍ସବ


କେନ୍ଦ୍ରାପଡ଼ା, ୭ ଅକ୍ଟୋବର (ହି.ସ.) - ଆଜି କେନ୍ଦ୍ରାପଡାର ବରପୁତ୍ର, ଓଡିଶାର ବିକାଶ ପୁରୁଷ, ଓଡିଶା ରାଜ୍ୟର ପୂର୍ବତନ ମନ୍ତ୍ରୀ ଓ ଆଡଭୋକେଟ ଜେନେରାଲ ଦୀନବନ୍ଧୁ ସାହୁଙ୍କ ୪୬ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ସହର ତହସିଲ କାର୍ଯ୍ୟାଳୟ ନିକଟ ସ୍ୱର୍ଗତ ଦୀନବନ୍ଧୁ ସାହୁଙ୍କ ପ୍ରତିମୂର୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା । କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର ଆୟାର, ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ସାହୁଙ୍କୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଏହି ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ବରିଷ୍ଠ ଆଇନଜୀବୀ ଧ୍ରୁବ ଚରଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଯୁବ ନେତା ରାଜେଶ ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ମୁଖ୍ୟ ବକ୍ତା ଭାବେ ନନ୍ଦ କିଶୋର ପରିଡା, ଶିକ୍ଷାବିତ ଅଜୟ ସାମଲ, ବିଶିଷ୍ଟ ସାହିତ୍ୟିକ ଡ. ବାସୁଦେବ ଦାସ, ଡାକ୍ତର ବିଶ୍ୱପ୍ରକାଶ କାନୁନଗୋ, ବିଜେପି ନେତ୍ରୀ ଗିତାଞ୍ଜଳୀ ସେଠୀ, ଶିକ୍ଷାବିତ ଡ଼ଃ ସର୍ବେଶ୍ୱର ସେଣ, ଜିଲ୍ଲା ଓକିଲ ସଂଘ ସଭାପତି ଆଇନଜୀବୀ ଗୋବର୍ଦ୍ଧନ ରାଉତ, ରମଣୀ ରଞ୍ଜନ ରାଉତରାୟ,ଆଶିଷ ସେନାପତି, କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ପ୍ରାକ୍ତନ ପୌରାଧ୍ୟକ୍ଷ ଆକବର ଅଲ୍ଲୀ, ବିଜେଡି ଜିଲ୍ଲା ସଭାପତି ଶିବ ପ୍ରସାଦ ଭଳ, ହିରଣ୍ୟ ପଣ୍ଡା, ଆଦିକନ୍ଦ ରାଉଳ, ମିର ମୁରସିଦ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି କେନ୍ଦ୍ରାପଡା ମହାବିଦ୍ୟାଳୟ, ସରକାରୀ ଇଞ୍ଜିନିୟରିଂ ସ୍କୁଲ, କେନ୍ଦ୍ରାପଡା ଶିଳ୍ପାଂଚଳ ଓ ବଳଦେବଜୀଉ ପାୱାର ଲୁମ, ଜଜାଙ୍ଗ ଠାରେ ଝୋଟ ଗବେଷଣା କେନ୍ଦ୍ର ଇତ୍ୟାଦି ସ୍ୱର୍ଗତ ସାହୁଙ୍କ ଦ୍ୱାରା ପ୍ରତିଷ୍ଠା ଜିଲ୍ଲାବାସୀଙ୍କ ପାଇଁ ସର୍ବଶ୍ରେଷ୍ଠ ଅବଦାନ । ପୂର୍ବତନ ପୌରାଧ୍ୟକ୍ଷ ତଥା ଆଇନଜୀବୀ ଧିରେନ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande