ଜୟପୁର, ୭ ଅକ୍ଟୋବର (ହି.ସ.) - ବେଆଇନ ଭାବେ ଦେଶି ଓ ବିଦେଶି ମଦ ଠୁଳ ଅଭିଯୋଗରେ କୋରାପୁଟ ପ୍ଲାଇଙ୍ଗ ସ୍କାର୍ଡ ବିସଂପୁର ଥାନା କାମତାରେ ଚଢାଉ କରିଛି । ଚଢାଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ କାମତା ଗ୍ରାମର ଲକ୍ଷମୀ ପାଇକ । ସୁଚନା ଅନୁଯାଇ ବିସଂପୁର ଥାନା କାମତା ଗ୍ରାମରେ ବେଆଇନ ଭାବେ ଦେଶି ଓ ବିଦେଶି ମଡ ଠୁଳ କରିଥିବା ଅଭିଯୋଗ ପାଇ ଜିଲା ଫ୍ଲାଇଙ୍ଗ ସ୍କାର୍ଡ ଚଢାଉ କରି ୧୯.୮ଶହ ଲିଟର ବିୟର, ୮.୬୪୦ ଆଇଏମଏଫଏଲ, ୨୦ ଲିଟର ଦେଶି ମଦ ଜବତ କରିଛି । ଚଢାଉରେ ଜିଲା ଫ୍ଲାଇଙ୍ଗ ସ୍କାର୍ଡ ଚନ୍ଦ୍ର ଶେଖର ପଡିଆରି, ଏସଆଇ ସୁଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ନିରିକ୍ଷକ ଶଶି କାନ୍ତ ଦତ ସୁଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି