ଢେଂକିକୋଟରେ ମା ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ
କେନ୍ଦୁଝର, ୭ ଅକ୍ଟୋବର (ହି.ସ.)- ଢେଂକିକୋଟ ବଜାରରେ ମା ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଅଛି। ଏହି ପୂଜା ଚଳିତ ବର୍ଷ ୫୩ ତମ ବର୍ଷ ରେ ପଦାର୍ପଣ କରିଛି। ସ୍ଥାୟୀ ମଣ୍ଡପରେ ମା ଲଷ୍ମୀଙ୍କ ମୂର୍ତ୍ତୀ ବେଶ ଜୀବନ୍ତ ଦେଖା ଯାଉଛନ୍ତି। ଲଷ୍ମୀପୂଜାରେ ଘଟ ଅଣାଯିବା ପରେ ପୂଜକ ପ୍ରଦୀପ କୁମାର ପଣ୍ଡାଙ୍କ ସ
ଢେଂକିକୋଟରେ ମା ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ


କେନ୍ଦୁଝର, ୭ ଅକ୍ଟୋବର (ହି.ସ.)- ଢେଂକିକୋଟ ବଜାରରେ ମା ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଅଛି। ଏହି ପୂଜା ଚଳିତ ବର୍ଷ ୫୩ ତମ ବର୍ଷ ରେ ପଦାର୍ପଣ କରିଛି। ସ୍ଥାୟୀ ମଣ୍ଡପରେ ମା ଲଷ୍ମୀଙ୍କ ମୂର୍ତ୍ତୀ ବେଶ ଜୀବନ୍ତ ଦେଖା ଯାଉଛନ୍ତି। ଲଷ୍ମୀପୂଜାରେ ଘଟ ଅଣାଯିବା ପରେ ପୂଜକ ପ୍ରଦୀପ କୁମାର ପଣ୍ଡାଙ୍କ ସହ ପୁରୁଷୋତ୍ତମ ପଣ୍ଡା ଯଥା ଵିଧି ପୂଜାରେ ନିୟୋଜିତ ଅଛନ୍ତି। ପୂଜାରେ ରାମଚନ୍ଦ୍ର ସାହୁ କର୍ତ୍ତାଙ୍କ ସହିତ ମକରଧ୍ୱଜ ସାହୁ, ଶଙ୍କର୍ଷଣ ସାହୁ, ସଂଜୀବ କୁମାର ସାହୁ, ବିଜୟ ସାହୁ, ନୀଳମଣି ମଣ୍ଡଳ, ମୁନା ମଣ୍ଡଳ, ମହେଶ୍ୱର ସାହୁ, ଲଷ୍ମୀଧର ସାହୁ, ଦିଗାମ୍ବର ନାୟକ, ଉପେନ୍ଦ୍ର ଓଝା, ସୁଶାନ୍ତ ସେନାପତି, ତାପସ ଓଝା, ରବୀନ୍ଦ୍ର ପୃଷ୍ଟି, ତୃପ୍ତି ରଞ୍ଜନ ସାହୁ, ରମେଶ ଚନ୍ଦ୍ର ମହାନ୍ତ,ରବୀନ୍ଦ୍ର ସାହୁ, ନିତ୍ୟାନନ୍ଦ ବେହେରା ପ୍ରମୁଖ ସଦସ୍ୟ ସମସ୍ତେ ସହଯୋଗ କରୁଛନ୍ତି। ସକାଳ ଢେଂକିକୋଟ ଓ ଆଖ ପାଖରେ ଥିବା ଗ୍ରାମର ଶ୍ରଦ୍ଧାଳୁ ଆସି ମା ଲଷ୍ମୀଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି। ସୁଉଚ ତୋରଣ, ସାଜସ୍ବଜା ଆଲୋକ ମାଳା, ମନ୍ତ୍ର ଧ୍ୱନି ରେ ବଜାର ଅଂଚଳ ଭକ୍ତି ମୟ ପରିବେଶ ଅନୁଭବ ହୋଇଛି। ଲଷ୍ମୀ ପୁରାଣ ପାଠ, ସନ୍ଧ୍ୟାରେ ଢେଂକିକୋଟ ବଜାରର ଏହି ପୂଜା ସ୍ଥଳରେ ଭକ୍ତଙ୍କ ଗହଳି ଓ ଆଳତୀ ପାଇଁ ମଧ୍ୟ ଗହଳି ଲାଗିଛି। ଭକ୍ତଙ୍କ ପାଇଁ କମିଟି ଓ ଘଟଗାଁ ଥାନା ଓ ଢେଂକିକୋଟ ଫାଣ୍ଡି ପୋଲିସ ସୁରକ୍ଷା ଦିଗରେ ସହଯୋଗ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande