କନ୍ଧମାଳ , ୭ ଅକ୍ଟୋବର (ହି.ସ.) - ମା ଗଜଲକ୍ଷ୍ମୀଙ୍କ ପୂଜା ଫୁଲବାଣୀରେ ବହୁ ଆଡମ୍ବରରେ ପାଳନ ହେଉଛି। ସହରର ଚାଇନା ବଜାର, ଏଫସିଆଇ ଛକ ଓ ମୁଖ୍ୟ ବଜାରେ ଥିବା ଡେଲି ମାର୍କେଟ୍ ସମ୍ମୁଖରେ ମାଙ୍କ ମେଢ ତିଆରି କରାଯାଇଛି। ଏଥିପାଇଁ ସାଜସଜ୍ଜାରେ ସମ୍ପୁର୍ଣ୍ଣ ସହର ଝଲସି ଉଠୁଛି। ଆଲୋକ ସଜ୍ଜାରେ ସମ୍ପୂର୍ଣ୍ଣ ଚାଇନା ମାର୍କେଟ୍ ଆଲୋକିତ କରାଯାଇଥିବା ବେଳେ ଏଫସିଆଇ ଛକ ଠାରୁ ବିଡାଙ୍ଗି ସାହି ପର୍ଯ୍ୟନ୍ତ ଆଲୋକ ସଜ୍ଜା କରାଯାଇଛି। ଏହି ଅବସରରେ ଉଭୟ ପୂଜା ମଣ୍ଡପରେ ମେଲୋଡି ଏବଂ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବା ସହ ପ୍ରସାଦ ସେବନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ଯାଇଥିବା ନେଇ ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ମୋଲୋଡି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜି ପାଗ ଶୁଖିଲା ଥିବା ଯୋଗୁଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ