ଭୁବନେଶ୍ୱର, ୭ ଅକ୍ଟୋବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଅତି ଭୀଷଣ ବର୍ଷା ହୋଇଥିବା ବେଳେ ୬ଟି ସ୍ଥାନରେ ଭୀଷଣ ବର୍ଷା ହୋଇଛି ଏବଂ ଅନ୍ୟ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କେନ୍ଦୁଝର ଜିଲ୍ଲାର ହାଟଡ଼ିହିରେ ସର୍ବାଧିକ ୧୪୦.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି କେନ୍ଦୁଝର ଜିଲ୍ଲାର ଘଷିପୁରାରେ ୯୬.୨ ମି.ମି., ଗଜପତି ଜିଲ୍ଲାର ଗୁମ୍ମାରେ ୯୦.୦ ମି.ମି., ଜଗତସିଂହପୁର ଜିଲ୍ଲାର କୁଜଙ୍ଗରେ ୭୮.୦ ମି.ମି., କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରେ ୭୨.୮ ମି.ମି., ଜଗତସିଂହପୁର ଜିଲ୍ଲାର ପାରାଦୀପରେ ୭୨.୬ ମି.ମି., କନ୍ଧମାଳ ଜିଲ୍ଲାର ଟିକାବାଲିରେ ୬୫.୦ ମି.ମି., ଚକାପାଦରେ ୬୪.୪ ମି.ମି., ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାରେ ୬୨.୬ ମି.ମି., ବଲାଙ୍ଗିର ଜିଲ୍ଲା ଅଗଲପୁରର ୫୮.୦ ମି.ମି., ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲିରେ ୫୮.୦ ମି.ମି., ସମ୍ବଲପୁର ଜିଲ୍ଲାର ଧନକଉଡ଼ାରେ ୫୫.୦ ମି.ମି. ଏବଂ ସମ୍ବଲପୁରରେ ୫୩.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ