ଯୋଡା ପୌରପାଳିକା ପକ୍ଷରୁ ରାସ୍ତା କଡ଼ରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ
କେନ୍ଦୁଝର, 7 ଅକ୍ଟୋବର (ହି.ସ.) କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକା ପକ୍ଷରୁ ସୋମବାର କଳାପାହାଡ଼ ଛକରୁ ପୱନ କୁମାର ସିଂ କଡ଼ରେ ବେଆଇନ ଜବର ଦଖଲ ହୋଇଥିବା ଦୋକାନକୁ ଉଚ୍ଛେଦ କରାଯାଇଛି। କଳାପାହାଡ଼ ଠାରୁ ଯୋଡା ବସଷ୍ଟାଣ୍ଡ, ବାଂଶପାଣିରୁ ରଣାଶାଳ ପର୍ଯ୍ୟନ୍ତ ବେଆଇନ ଭାବେ ସରକାରୀ ଜମିକୁ ଜବର ଦଖଲ କର
ଯୋଡା ପୌରପାଳିକା ପକ୍ଷରୁ ରାସ୍ତା କଡ଼ରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ


କେନ୍ଦୁଝର, 7 ଅକ୍ଟୋବର (ହି.ସ.) କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକା ପକ୍ଷରୁ ସୋମବାର କଳାପାହାଡ଼ ଛକରୁ ପୱନ କୁମାର ସିଂ କଡ଼ରେ ବେଆଇନ ଜବର ଦଖଲ ହୋଇଥିବା ଦୋକାନକୁ ଉଚ୍ଛେଦ କରାଯାଇଛି। କଳାପାହାଡ଼ ଠାରୁ ଯୋଡା ବସଷ୍ଟାଣ୍ଡ, ବାଂଶପାଣିରୁ ରଣାଶାଳ ପର୍ଯ୍ୟନ୍ତ ବେଆଇନ ଭାବେ ସରକାରୀ ଜମିକୁ ଜବର ଦଖଲ କରି ଦୋକାନ ଘର ଓ ଗୃହ ଗୃହ ଗୁଡ଼ିକୁ ଉଚ୍ଛେଦ କରାଯିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି। ଏହି ଉଚ୍ଛେଦ ସମୟରେ ଯୋଡା ପୌର କାର୍ଯ୍ୟ ନିର୍ବାହୀ ଅଧୂକାରୀ ପୱ ଯୋଡା ବିଡ଼ିଓ ଡେନିସ ବେହେରା ଓ ପୌର କର୍ମଚାରୀ ମାନେ ଉପସ୍ଥିତ ଥିଲେ। ତେବେ ପୌରପାଳିକାର । ବିଭିନ୍ନ ବସ୍ତି ଅଞ୍ଚଳରେ ବହୁ ଅଣଓଡ଼ିଆ ଠିକାଦାର ମାନେ ସରକାରୀ ଜମିକୁ ଜବର ଦଖଲ କରି ବଡ ବଡ ଅଟ୍ଟାଳିକା ନିର୍ମାଣ କରି ଭଡ଼ା ଲଗାଇ ଲକ୍ଷାଧୂକ ଟଙ୍କା ମୁନାଫା କମାଉଛନ୍ତି। ବସ୍ତି ବାସିନ୍ଦାଙ୍କୁ ଘରଡିହ ପଟ୍ଟା ପ୍ରଦାନ କରିବା କରିବା ପାଇଁ ଭୂମି ଅର୍ଧକାର ଆଇନ ଥୂଲେ ହେଁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପୌର ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ। ବସ୍ତି ଅଞ୍ଚଳରେ ଦିନକୁ ଦିନ ପୌରପାଳିକା ପ୍ରୋତ୍ସାହନରେ ବହୁ ଅଣଓଡ଼ିଆ ଠିକାଦାର ମାନେ ସରକାରୀ ମୂଲ୍ୟବାନ ଜମିକୁ ଜବର ଦଖଲ କରିବାରେ ଲାଗିଛନ୍ତି। ଏ ନେଇ ପୌରପାଳିକା ନିକଟରେ ବାରମ୍ବାର ଅଭିଯୋଗ ହେଲେ ମଧ୍ଯ କୌଣସି ପଦକ୍ଷେପ ନିଆଯାଉ ନ ଥୂବା ଜନସାଧାରଣରେ ଅଭିଯୋଗ ହେଉଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande