ରାଇରଙ୍ଗପୁର, ୭ ଅକ୍ଟୋବର (ହି.ସ.)- ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ୱାଵଧାନରେ ଚଳିତ ଅକ୍ଟୋବର ମାସରେ ଅନୁଷ୍ଠିତ ହେବାକୁ ଥିବା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଅକ୍ଟୋବର ମାସର ଦ୍ୱିତୀୟ ସୋମବାର ତା. ୧୩-୧୦-୨୦୨୫ରିଖ ବାମନଘାଟି ଉପଖଣ୍ଡ ପାଇଁ ଯୁଗ୍ମ ଜନ ଶୁଣାଣି ଶିବିର ତିରିଂ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୧୦ଟା ଠାରୁ ଶୁଣାଣି ଆରମ୍ଭ ହେବ। ଅନୁଷ୍ଠିତ ହେବାକୁ ଥିବା ଉକ୍ତ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିରରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ ବାମନଘାଟି ଉପଖଣ୍ଡ ଅଧିନସ୍ଥ ବିଭିନ୍ନ ବିଭାଗର ଉପଖଣ୍ଡ ସ୍ତରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନଙ୍କ ଉପସ୍ଥିତିରେ ସାଧାରଣ ଜନତାଙ୍କ ଆପତ୍ତି ଅଭିଯୋଗ ପତ୍ର ଗୁଡିକର ଶୁଣାଣି କରି ସମାଧାନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ।
ଉକ୍ତ ଧାର୍ଯ୍ୟ ତାରିଖ ଓ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଂଚଳର ଜନସାଧାରଣ ନିଜ ନିଜର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ସମ୍ପର୍କିତ ଅଭିଯୋଗ ଗୁଡିକ ଉପସ୍ଥିତ ରହି ଜଣାଇ ପାରିବେ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ